ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁର୍ଦ୍ଦଶା କହିଲେ ନ ସରେ। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ସେହି ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି।ମୁଖ୍ୟ ରାଜରାସ୍ତାଠୁ ମାତ୍ର ୩୦ ମିଟର ବ୍ୟବଧାନରେ ଅବସ୍ଥିତ ଏହି ବିଦ୍ୟାଳୟ।ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ କୁଜିନେତା ଠାରୁ ଆରମ୍ଭ କରି ରାଜ ନେତା ଓ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଯାତାୟାତ ଲାଗିରହିଛି ସବୁବେଳେ।ହେଲେବି କାହାରି ନଜର ପଡୁନି ଏହି ବିଦ୍ୟାଳୟ ଉପରେ। ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଶିକ୍ଷା ଭିତିକ ଯୋଜନାରେ ଶିକ୍ଷାନୁଷ୍ଠାନକୁ ସାମିଲ କରିବାକୁ ଶିକ୍ଷା ବିଭାଗ ନିକଟକୁ ନିର୍ଦ୍ଧେଶ ଦିଆ ଯାଉଥିଲେ ମଧ୍ୟ ତାହା ଠିକ ଜାଗାରେ ପହଞ୍ଚି ପାରୁନାହିଁ ।ଫଳରେ କୋଉ ସ୍କୁଲ ଭିତରେ ଆଣ୍ଠୁଏ ପାଣି ତ କୋଉ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଯାଗା ନଥିବାରୁ ପିଲାମାନେ ସ୍କୁଲ ବାରଣ୍ଡାରେ ଠିଆହୋଇ ଖାଉ ଥିବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବାର ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସେଠିକାର ଜଣା ଶୁଣା ଠିକାଦାରଙ୍କ ମନମୁଖୀ କାର୍ୟ୍ଯକଳାପ ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତାର ଅଳିଆ ଆବର୍ଜନା ପାଣି ବିଦ୍ୟାଳୟ ପରିସରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି।ସେହିପରି ଅଙ୍ଗନବାଡିର କୁନି କୁନି ପିଲାମାନେ ମଧ୍ୟ ସେହି ଆଣ୍ଠୁଏ ପାଣିରେ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି।ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ବୋଲି ଗ୍ରାମବାସୀ ମଳୟ ବେହେରା, ଚିତ୍ରଭାନୁ ବେହେରା, ହରିହର ପ୍ରଧାନ,ରଜତ ବେହେରା ଓ ଛାଟିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଯଦି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଆନ୍ଦୋଳନ ସହ ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.