କୁକୁଡାଖଣ୍ଡି ତସିଲ ଅଞ୍ଚଳରେ ଥିବା ଗୋଚର ଓ ସରକାରୀ ଜମି ମାଫିଆଙ୍କ କବ୍ଜାରେ..! : ଅଭିଯୋଗ ପରେ ବି ପ୍ରଶାସନ ଚୁପ…

ଆର ଆଇ ହେଉଛନ୍ତି ତସିଲଦାରଙ୍କ ଗେଲ୍ହା ପୁଅ..!

ନାଲି ବାନା ପୋତି ଦେଇ ଲୋକଙ୍କୁ ଜଳକା…

ବ୍ରହ୍ମପୁର : ଶାଗ ମାଛ ଦର ରେ ବିକ୍ରି ହେଉଛି ସରକାରୀ ଜମି l ଏହାର ମୁଖ୍ୟ ଦଲାଲ ସାଜିଛନ୍ତି ତହସିଲ କାର୍ଯ୍ୟାଳୟ ର ଆରଆଇ ଏବଂ ସରକାରୀ ବାବୁ ମାନେ l ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ତହସିଲ ଅଞ୍ଚଳ ରେ ଏହା ବେଧଡ଼କ ଚାଲିଥିବା ଦେଖିବାକୁ ମିଳିଛି l ସୂଚନା ଥାଉକି କୁକୁଡ଼ାଖଣ୍ଡି ତହସିଲ ଅଞ୍ଚଳ ରେ ଥିବା ଆରଆଇ ମାନେ ସରକାରୀ ଏବଂ ଗୋଚର ଜମି ଚି଼ହ୍ନଟ କରି ମୋଟା ଅଙ୍କର ପାଉଣା ନେଇ ଲୋକମାନଙ୍କୁ ବିକ୍ରି କରୁଥିବା ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ସୂଚନା ମୁତାବକ ସରକାରୀ ନିୟମ ଅତି କଡାକଡ଼ି ରହିଥିବା ସ୍ଥଳେ ଗୋଚର ଜମି ରେ କୌଣସି ବାସଗୃହ ନିର୍ମାଣ ହୋଇପାରିବ ନାଇଁ l ଏହି ଗୋଚର ଜମି ସାଧାରଣତଃ ଗୋରୁଗାଈ ଚରିବା ଉଦେଶ୍ୟ ରେ ସରକାର ଏହି ଜମିଗୁଡକୁ ଗୋଚର ଜମି ବୋଲି ଚିହ୍ନଟ କରିଥାନ୍ତି l କିନ୍ତୁ ସ୍ଥାନୀୟ ଆରଆଇମାନେ ସରକାରୀ ଜମି ସହିତ ଗୋଚର ଜମି କୁ ଲୋକମାନଙ୍କୁ ସରକାରୀ ମ୍ୟାପ ମାଧ୍ୟମ ରେ ଚିହ୍ନଟ କରି ଶାଗ ମାଛ ଦର ରେ ବିକ୍ରି କରନ୍ତି ଏବଂ ଏହି ବାବଦ ରେ ମୋଟା ଅଙ୍କ ର ପାଉଣା ମଧ୍ୟ ପାଇଥାନ୍ତି l ହୁଏ ତ ଅଭିଯୋଗ ହେଲା ପରେ ସ୍ଥନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳ ଅଧିକୃତ ଅଞ୍ଚଳ କୁ ଭାଂଗିଥାନ୍ତି l ଏଠାରେ ସୂଚନା ଥାଉକି ଆରଆଇ ନିଜ ଅଞ୍ଚଳ ଗୋଚର ଜମି ରେ କଠା ନିର୍ମାଣ ହେଉଥିଲେ ମଧ୍ୟ ସେ ସବୁ ଜାଣି ମଧ୍ୟ ଧୃତରାଷ୍ଟ୍ର ପରି ଅଭିନୟ କରନ୍ତି l ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କୁକୁଡ଼ାଖଣ୍ଡି ତହସିଲ ଅଞ୍ଚଳl ହୁଗୁଳାପଟା ଗ୍ରାମ ମୁଖ୍ୟ ରାସ୍ତାରେ l ସୂଚନା ଓ କିଛି ବୁଦ୍ଧି ଜୀବିଙ୍କ ଅଭିଯୋଗ ପରେ ହୁଗୁଳାପଟା ମୁଖ୍ୟ ରାସ୍ତା ରେ ଏକ ଗୋଚର ଜମି କୁ କିଭଳି ବଳପୂର୍ବକ ଅକ୍ତିଆର କରି କିଛି ଲୋକ ସ୍ଥାନୀୟ ଚଣ୍ଡୀପଦର ଆରଆଇ ଙ୍କୁ ହାଥବରୀଶ ରୂପେ ବ୍ୟବହାର କରି କୋଠାଘର ନିର୍ମାଣ କରିଥିବା ଦେଖିବାକୁ ମିଳିଥିଲା l ଯାହାର ସତ୍ୟା ସତ୍ୟ ଜାଣିବା ପାଇଁ ସୂଚନା ଆଇନ ଜରିଆରେ ସ୍ଥାନୀୟ କୁକୁଡାଖଣ୍ଡି ତହସିଲଦାର ଙ୍କୁ ତଥ୍ୟ ମଗା ଯାଇଥିଲା ଯାହାର ଚିଠା ନୁମ୍ବର 04/21ତାରିକ୍ଷ 15/01/2021 ଅନୁସାରେ ହୁଗୁଳାପଟା ମୌଜା, ଖାତା ନୁମ୍ବର 657, ପ୍ଲଟ ନୁମ୍ବର 849, ମୋଟ ଏରିଆ 0.980 ଯାହାକି ସୂଚନା ଓ ତଥ୍ୟ ରୁ ଜଣାପଡିଛି ଯେ ଉକ୍ତ ଜାଗା ସମ୍ପୂର୍ଣ୍ଣ ଭାବେ ଗୋଚର ଜାଗା l ଏହି ସଂକ୍ରାନ୍ତ ରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ 173/20 144 ସିଆରପିସି ଲାଗୁ କରାଯାଇଥିଲା l ଏହି ସମ୍ବୋଦ୍ଧରେ ଉପଜିଲ୍ଲାପାଳ 19.01.2021 ରେ ଯଥାସ୍ଥିତି ଜାରି କରି ଖାତା ନମ୍ବର 657 ପ୍ଲଟ ନମ୍ବର 840 ଯାହାକି ଗୋଚର ଜମି ବୋଲି ସରକାରୀ ନଥିପତ୍ର ରେ ଦେଖିବାକୁ ମିଳିଛି l ସୂଚନା ଥାଉକି

ତହସିଲଦାରଙ୍କ ଆଦେଶ କ୍ରମେ ସ୍ଥାନୀୟ ଆରଆଇ 234/21 ରେ କିଛି ବ୍ୟକ୍ତି ଗୋଚର ଜମିକୁ ମାଡି ବସି ଘର କରିଛନ୍ତି ବୋଲି ସୂଚନା ଦେଇଥିଲେ ଏବଂ ଉକ୍ତ ଜାଗା ରେ ତହସିଲ ନିୟମ ଅନୁଯାୟୀ ଲାଲ ରଙ୍ଗ ର ବାନା ମଧ୍ୟ ପୋତାଯାଇଥିଲା l କିନ୍ତୁ ସରକାରୀ ନିୟମ କୁ ଉଲଘ୍ନ କରି କିଛି ଲୋକ ସେଠାରେ କୋଠାଘର ନିର୍ମାଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି l ଏବଂ କିଛି ଜାଗାକୁ ନିଜ ଅକ୍ତିଆର ରେ ରଖିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ପୁର୍ନବାର ଅଭିଯୋଗ ହେଲାପରେ ଏହି ସଂକ୍ରାନ୍ତ ରେ 02/02/2021 ରେ ଉପଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ଏବଂ ସଦର ଥାନା ଅଧିକାରୀ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ତହସିଲଦାର ଆଜି ସୁଦ୍ଧା କୌଣସି ପ୍ରକାର ର ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ l ସରକାରୀ କାର୍ଯ୍ୟ ବ୍ୟସ୍ତତା ର ବାହାନା କରି ଦିନ ଗଡ଼ାଇବାରେ ଲାଗିଛନ୍ତି ଯାହାକି ଜବରଦଖଲ କାରି ମାନେ ସରକାରୀ ଗୋଚର ଜମିକୁ ହଡପ ର ରାସ୍ତା କିଛି ଅସାଧୁ ଅଫିସର ଙ୍କୁ ହାତ ବାରିଶି କରି ହାତେଇବା ରେ ଲାଗିଛନ୍ତି l ସୂଚନା ଥାଉକି ସ୍ଥାନୀୟ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ନିର୍ଦେଶ ଅନୁସାରେ ଜବର ଦଖଲ ଉଛେଦ ପାଇଁ ପତ୍ର ସଂଖ୍ୟା 5416, ତାରିଖ 29/9/2021ରେ ଏକ ଜବରଦଖଲ ଉଛେଦ ନୋଟିସ ଜବରଦଖଲ କାରୀଙ୍କୁ କରାଯାଇଥିଲା ଏଥି ପୂର୍ବରୁ 29/07/2021, ଓ 12/08/2021 ରେ ଜବରଦଖଲ କାରୀ ଙ୍କୁ ଅବଗତ କରାଯାଇଥିଲା l କିନ୍ତୁ ପ୍ରଶାସନ ର ଢିଲା ମନବୃତି ର ସୁଯୋଗ ନେଇ ଏହି ଜବରଦଖଲ କାରୀ ମାନେ ହାଇକୋର୍ଟ ର ଆଶ୍ରୟ ନେଇଥିଲେ କିନ୍ତୁ ଯେହେତୁ ସରକାରୀ ଓ ଗୋଚର ଜମି ମାନ୍ୟବର ଅଦାଲତ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ଅପିଲ କରିବାକୁ ନିର୍ଦେଶ ଦେଲା l ଏହାର ସୁଯୋଗ ବା ସଂଯୋଗ ଭାବି ଜବରଦଖଲ କାରୀ ମାନେ ଏକ ଉପଜିଲ୍ଲାପାଳଙ୍କ କିରାଣୀ କୁ ମୋଟା ଅଙ୍କର ପାଉଣା ଦେଇ ଅପିଲ ତାରିଖ ଗଡ଼ାଇ ଚାଲିଛନ୍ତି ବୋଲି ଅଭିଯୋଗ ହେଲା ପରେ ଏହାକୁ ନେଇ ଉପଜିଲ୍ଲାପାଳ ଙ୍କୁ ଅବଗତ କରାଗଲା ମାନ୍ୟବର ଉପଜିଲ୍ଲାପାଳ ଉକ୍ତ କିରାଣୀ କୁ ତାଗିତ କରିବା ସହିତ ଅତି ଅଳ୍ପ ଦିନ ବ୍ୟବଧାନ ର ସମୟ ଦେବାକୁ ନିର୍ଦେଶ ଦେଇଥିଲେ କିନ୍ତୁ ବାବୁ କିରାଣୀ ଏହାକୁ ମଧ୍ୟ ଭୃକ୍ଷେପ ନକରିଥିବା ଦେଖିବାକୁ ମିଳିଛି ଯାହାକି ଜବରଦଖଲ କାରି ମାନେ ସୁଯୋଗ ପାଇଁ ବ୍ରହ୍ମପୁର ସିଭିଲ ଅଦାଲତ ର ଆଶ୍ରୟ ନେଇ CS249 ତାରିଖ 2022ରେ ଜିଲ୍ଲାପାଳ ଙ୍କୁ ପକ୍ଷ ଭୁକ୍ତ କରି ଆସନ୍ତା 02/08/2022 ଉକ୍ତ ଘଟଣା କୁ ସେଟେଲମେଣ୍ଟ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି l ଏହା ଅତି ଦୁର୍ଭାଗ୍ୟ ର କଥା କହିଲେ କିଛି ଭୁଲ ହେବ ନାହିଁ କାରଣ ଗୋଚର ଜମିକୁ କେଉଁ ଆଧାର ରେ ସମାଧାନ କରାଯିବ ଓ ମାନ୍ୟବର ଅଦାଲତ କେଉଁ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା l ଏଠାରେ ଜାଣି ହେଉଛି ସରକାରୀ କଳ ର ଛତ୍ର ଛାୟା ତଳେ ରହି ମାଫିଆ ମାନେ ଏହି ଭଳି ସରକାରୀ ଓ ଗୋଚର ଜମିକୁ ଅକ୍ତିଆର କରିବାରେ ଲାଗିଛନ୍ତି ଯାହାର କି ମୂଲ୍ୟ ଅତି ଉଚ୍ଚ ରେ ମୁଖ୍ୟତଃ ଏହି ଜବରଦଖଲ କାରୀ ମାଫିଆ ମାନେ ସାଧାରଣତଃ ମୁଖ୍ୟରାସ୍ତା ରେ ଥିବା ସରକାରୀ ଓ ଗୋଚର ଜମିକୁ ଏହି ପରି ସରକାରୀ ନିୟମ କୁ ଉଲଘ୍ନ କରି କିଛି ଅସାଧୁ ତହସିଲ କର୍ମଚାରୀ ଙ୍କୁ ହାତବାରିସୀ ରୂପେ ବ୍ୟବହାର କରି ନିଜର କୋଠା ଘର ନିର୍ମାଣ କରୁଥିବା କୁ ନେଇ ଅଞ୍ଚଳ ର କିଛି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି l ଏହିଭଳି କୁକୁଡାଖଣ୍ଡି ତହସିଲ ଅଞ୍ଚଳ ର ଅନେକ ସରକାରୀ ଜମି, ଗୋଚର ଜମି କୁ ଯଥା ହୁଗୁଳାପଟା , ନିମଖଣ୍ଡୀ , ଜଗଦଳପୁର ଏବଂ ସହରମହକୁମା କୁକୁଡାଖଣ୍ଡି ରେ ମଧ୍ୟ ଆରଆଇ ଓ ତସିଲଦାର ଙ୍କୁ ହାଥ ମୁଠା କୁ ନେଇ ଜମିମାଫିଆ ମାନେ ଜମି କୁ ହାତେଇବାରେ ଲାଗିଛନ୍ତି l ଏହାକୁ ଯଦି ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ କୁକୁଡାଖଣ୍ଡି ତହସିଲ ଅଞ୍ଚଳ ରେ ଚାଲିଥିବା ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ଦାବୀ କରୁଛନ୍ତି l ସୂଚନା ଥାଉକି ସ୍ଥାନୀୟ ଆର.ଆଇ ମାନେ ସରକାରୀ ଓ ଗୋଚର ଜମି କୁ ଚି଼ହ୍ନଟ କରି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ପାଉଣା ହାତେଇବା ର ସୁଯୋଗ ଦେଉଥିବା ଅଭିଯୋଗ ହୋଇଆସୁଛି l ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ଉଚ୍ଚସ୍ଥରୀୟ ତଦନ୍ତ କରି ମୁଖ୍ୟତଃ ସରକାରୀ ଜମି ଅବି ଗୋଚୋର ଜମି କୁ ମାଫିଆ ଏବଂ ଦଲାଲ ମାନଙ୍କ ଠାରୁ ରକ୍ଷା କରାଯାଉ ବୋଲି ଅଞ୍ଚଳ ରେ ଦାବି କରାଯାଇଛି l

nis-ad
Leave A Reply

Your email address will not be published.