ସସ୍ମିତ୍‌ ରାଜ୍ୟସଭା ବିଜେଡି ନେତା ଓ ସୁଲତା ମୁଖ୍ୟ ସଚେତକ ଦାୟିତ୍ବ

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ନେତା ହେଲେ ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।

ଉଭୟଙ୍କୁ ନବୀନ ନିଯୁକ୍ତି ଦେଇଥିବା ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ସସ୍ମିତଙ୍କ ନିଯୁକ୍ତି ପରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଅଭିନନ୍ଦନ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.