ମାଲକାନଗିରି (୨୯ / ୭) : ସଦର ମହକୁମାରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁଙ୍କ ନିମନ୍ତେ ସର୍ବନିମ୍ନ ସୁବିଧା ଗୁଡ଼ିକ ମିଳୁଛି କି ନାହିଁ ଅନୁଧ୍ୟାନ କରିବାକୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଓ ସଦସ୍ୟ ସୁଧାକର ପାଳ ଅଚାନକ ଗସ୍ତ କରି ଅନୁଧ୍ୟାନ କରିଥିଲେ । ଏହି ଗସ୍ତ ସମୟରେ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପରିସ୍ରାଗାର ଗୁଡିକ ଭାଙ୍ଗିଯାଇଥିବା , ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରଙ୍ଗ ମରାନଯିବା , ବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ମରାମତି ଆବଶ୍ୟକ ଥିବା , ଛାତ୍ରଛାତ୍ରୀଙ୍କ ବସିବା ନିମନ୍ତେ ରହିଥିବା ଚେୟାର ଓ ଟେବୁଲ ଗୁଡ଼ିକର ମରାମତି ଏବଂ ପଦାର୍ଥ ବିଜ୍ଞାନର ପିଜିଟି ଅବଶ୍ୟକ ଥିବା ଲକ୍ଷ୍ୟ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ହର୍ଷ ଚୌହାନ ବିଦ୍ୟାଳୟର ପରିଶ୍ରାଗାର ମରାମତି ନିମନ୍ତେ ମ୍ୟୁନସିପାଲିଟି ଏବଂ ଶ୍ରେଣୀଗୃହ ଗୁଡ଼ିକର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ପତ୍ର ଲେଖିଥିବା ଜଣାଇଥିଲେ । ଖେଳପଡ଼ିଆ ସଫା ନଥିବା ଯୋଗୁଁ ପିଲାମାନେ ଖେଳି ପାରୁନଥିବା କମିଟିଙ୍କ ନଜରକୁ ଆସିଥିଲା | ଉପରୋକ୍ତ ସୁବିଧା ଅସୁବିଧା ଗୁଡ଼ିକ ଶିକ୍ଷା ଅଧିକାର ଆଇନ – ୨୦୦୯ ଏବଂ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ ନିର୍ଦେଶନାମାକୁ ନିରୁଧାଚରଣ କରୁଥିବାରୁ କମିଟି କ୍ଷୋଭ ପ୍ରକାଶ କରିବା ସହ ଯଥାଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ବିଦ୍ୟାଳୟରେ ଥିବା ଆବଶ୍ୟକତା ପୂରଣ ନିମନ୍ତେ ବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ କମିଟି ତରଫରୁ ନିର୍ଦେଶ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଅଭିଭାବକ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post