ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା ହେଲା ତିରଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍ସି ୱେବ୍ସାଇଟ୍ରୁ ମିଳିପାରିବ ବୋଲି କୁହାଯାଇଛି ।
ୱେବ୍ସାଇଟ୍ରେ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ପ୍ରକାଶ କରାଯିବ ।