ସଡ଼କ ଦୁର୍ଘଟଣାରେ ୫ ବର୍ଷ ମଧ୍ୟରେ ୪୯୪୭ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗତ ୫ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ କେତେ ଜୀବନ ଯାଇଛି,କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ ଅର୍ଥରାଶି ପ୍ରଦାନ କରାଯାଇଛି , ଏପରିକି ଅଜଣା ଗାଡି ଧକ୍କାରେ କେତେ ବ୍ୟକ୍ତିଙ୍କ ଜୀବନ ଯାଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ ।

ଆଉ ବିଭାଗୀୟ ମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।
ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୪୯୪୭ । ସେହିଭଳି ସୋଲାସିୟମ ପାଣ୍ଠିର ସୁବିଧା ଗ୍ରହଣ କରିଥିବା ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୯ରେ ୨୯, ୨୦୨୦ରେ ୬୩, ୨୦୨୧ରେ ୧୬୪ ଓ ୨୦୨୨ ଜୁନ୍ ସୁଦ୍ଧା ୧୧୬ ଜଣଙ୍କୁ ସୋଲାସିୟମ ପାଣ୍ଠିର ସୁବିଧା ମିଳିଥିବା କୁହାଯାଇଛି ।
ଏସବୁ ବାଦ୍ ଗତ ୫ ବର୍ଷ ମଧ୍ୟରେ ଗାଡି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି । ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ହୋଇଥିବା ବେଳେ ୪୭୯୦ ଜଣ ମୃତ୍ୟୁବରଣ କରିଥିଲେ । ସେହିଭଳି ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ ଜଣ, ୨୦୧୯ରେ ୧୧୦୬୪ଟି ଦୁର୍ଘଟଣାରେ ୫୩୩୩, ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮, ୨୦୨୧ରେ ୧୦୯୮୪ଟି ଦୁର୍ଘଟଣାରେ ୫୦୮୧ ଜଣଙ୍କର ପ୍ରାଣ ଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.