ଉମରକୋଟ: ଅତିରିକ୍ତ ଆଇଆଇସି ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ନିଲମ୍ବିତ କଲେ ଡିଜିପି । ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ଖବର ଅନୁଯାୟୀ, ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ କାବୁ କରୁଥିଲା ଭିଜିଲାନ୍ସ ।
ଏହି ସମୟରେ ଭିଜିଲାନ୍ସକୁ ଚକମା ଦେଇ ସେ ଦୌଡ଼ି ଦୌଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇବା ସହ କିଛି ସମୟ ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା । ଏହି ଟିମ୍ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଏକ ଟିମ୍ ସାମିଲ ରହିଥିଲେ ।