ସାଡ୍ରାପ୍ଲିୟୁ ସଂରକ୍ଷିତ ଜଙ୍ଗଲରେ ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ ଅଭିଯୋଗ

ଦାରିଙ୍ଗବାଡ଼ି,(୨୮/୭) : ଦାରିଙ୍ଗବାଡ଼ି ଥାନା ଅଧିନ ତଗାପାଙ୍ଗା ଗ୍ରାମ ନିକଟ ସାଡ୍ରାପ୍ଲିୟୁ ସଂରକ୍ଷିତ ଜଙ୍ଗଲରେ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କୁ ତଗାପାଙ୍ଗା ଗ୍ରାମର ଆଦିବାସୀ ଲୋକ ମାନେ ଲିଖିତ ଅଭିଯୋଗ କରିଛନ୍ତି । ଏହି ସାଡ୍ରାପ୍ଲିୟୁ ସଂରକ୍ଷିତ ଜଙ୍ଗଲରେ ଏଠିକାର ଆଦିବାସୀ ମାନେ ନିଜର ଚାଷ କାମ କରି ଚଳିଆସୁଛନ୍ତି । ଏପରିକି ଏହି ଜମିକୁ ଜଙ୍ଗଲ ଜମିରେ ମାପିବା ପାଇଁ ଆଦିବାସୀ ଲୋକ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ କହିଥିବା ବେଳେ ଏହା ସଂରକ୍ଷିତ ଜଙ୍ଗଲ ଜମି ହୋଇଥିବା ଯୋଗୁଁ ଏହାକୁ ଜଙ୍ଗଲ ଜମି ପାଇଁ ମପାଗଲା ନାହିଁ । କିନ୍ତୁ ଉକ୍ତ ସଂରକ୍ଷିତ ଜଙ୍ଗଲ ଜମିକୁ ଜଣେ ସରକାରୀ କର୍ମଚାରୀ ବେଆଇନ ଭାବେ ଉକ୍ତ ସ୍ଥାନରେ ଲର୍ଡ଼ଜ ବନାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥି ପାଇଁ ଉକ୍ତ କର୍ମଚାରୀ କାହାରି ଅନୁମତି ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମବାସୀ କାର୍ଯ୍ୟକୁ ବିରୋଧ କରିବା ଯୋଗୁଁ ଉକ୍ତ କର୍ମଚାରୀ ଜଣଙ୍କ ଗ୍ରାମବାସୀଙ୍କୁ ଧମକ ଦେଇ ଭୟଭିତ କରୁଥିବା ଗ୍ରାମାବସି କହିଛନ୍ତି । ଭାରତୀୟ ଜଙ୍ଗଲ ଆଇନ ୧୯୨୭ ର ଧାରା ୨୦(୫) ଓ ଧାରା ୨୬(୧ଏ) ଉଲଘଂନ ହୋଇ ବେଆଇନ ଭାବେ ଲଡ଼ଜ କାର୍ଯ୍ୟ କରାଯାଉଛି । ଏପରିକି ଉକ୍ତ ସ୍ଥାନରେ ଲର୍ଡଜ ନିର୍ମାଣ ହେଲେ ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ଲୋକ ଦାବି କରିଛନ୍ତି । ଯଦି ପ୍ରଶାସନିକ ସ୍ତରରେ ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ଗ୍ରାମବାସୀ ଆଇନର ଆଶ୍ରୟ ନେବେ ବୋଲି ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.