ବ୍ରହ୍ମପୁର ତଳି ଅଞ୍ଚଳ ଆଜି ଚୋରଙ୍କ ଅମରାବତୀ…!

ବ୍ରହ୍ମପୁର ପ୍ରତିନିଧି // ନିଃସର୍ତ୍ତ

ବ୍ରହ୍ମପୁର : ବ୍ରହ୍ମପୁର ତଳି ଅଞ୍ଚଳ ଏବେ ଚୋର ଙ୍କ ଅମରାବତୀ ସାଜିଛି କହିଲେ କିଛି ଭୁଲ ହେବ ନାହିଁ, କାରଣ ପୋଲିସ ପେଟ୍ରୋଲିଙ୍ଗ ର ଘୋର ଅଭାବ ହିଁ ଏଥି ପାଇଁ ଦାୟି ବୋଲି ଅଞ୍ଚଳ ଵାସୀ ଅଭିଯୋଗ କରୁଛନ୍ତି l ସଦର ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡି ଅତି ନକଟରେ ରହିଥିଲେ ସୁଦ୍ଧା ପୋଲିସ ର ଢିଲା ମନଭାବ ର ଫାଇଦା ଉଠାଉଛି ଚୋର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚୋରୀ ହେଉଥିବା କୁ ନେଇ ଅଭିଯୋଗ ହେବା ସହ କେବଳ ଥାନାରେ ଅଭିଯୋଗ ପଞ୍ଜିକୃତ ହେବା ଦେଖିବାକୁ ମିଳୁଛି l ସୂଚନା ଥାଉକି ସଦର ଥାନା ଅନ୍ତର୍ଗତ ନିଳାଞ୍ଚଳ ନଗର ୩ ଲାଇନ ର ଅରୁଣ ମହାରଣାଙ୍କ ଘରର ତାଲା ଭାଙ୍ଗି ଚୋର ଟଙ୍କା ଓ କିଛି ମୂଲ୍ୟବାନ ସାମଗ୍ରୀ ନେଇ ଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା କେସ ନଂ ୩୨୩/୨୨ ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପୁଲିସ ସେହି ଅଞ୍ଚଳରେ ଲାଗିଥିବା କିଛି ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।ସୂଚନା ଅନୁଯାଇ ଗତ ୨୫ ତାରିଖ ରାତିରେ ଅରୁଣ ନିଜ ଘରର ତାଲା ପକାଇ ତାଙ୍କ ଶ୍ବଶୂର ଘରୁକୁ ଯାଇଥିଲେ। ଏହାପର ଦିନ ଘରକୁ ଫେରିବା ବେଳେ ଘରର ଗ୍ରୀଲ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଭିତରକୁ ଯାଇ ଯାଞ୍ଚ ପରେ ଆଲମୀରା ଖୋଲା ରହିବା ସହ ତା’ ଭିତରେ ଥିବା ୩୫ ହଜାର ଟଙ୍କା ଓ ବହୁ ମୂଲ୍ୟବାନ ସାମଗ୍ରୀ ଗାୟବ ଥିବା ସେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ,ଗତ କିଛି ଦିନ ହେବ ନିମଖଣ୍ଡି ଫାଣ୍ଡି ଅଧିନସ୍ଥ ଉପକଣ୍ଠରେ ଏହି ଭଳି ତାଲା ବନ୍ଦ ଘରୁ ଚୋରି ହୋଇଥିବା ଅଭିଯୋଗ ରହିଛି । ଏଠାରେ ସୂଚନା ଥାଉକି

ଗୋବିନ୍ଦ ବିହାର ୪ ଲାଇନ ରେ ଗତ ୨୪ ତାରିଖ ରେ
ଏନ. ଅନିତା ନାମ କ ମହିଳା ଘରେ ନଥିବା ବେଳେ ୯ ଭରି ସୁନା ସହ ୩୨ ହଜ଼ାର ଟଙ୍କା ଚୋରି କୁ ନେଇ ମଧ୍ୟ ସଦର ଥାନାରେ ଅଭିଯୋଗ ହୋଇଛି ଏ ନେଇ ୩୨0/୨୨ ରେ ଏକ ମାମଲା ରୁଜୁ ହୋଇଛି କିନ୍ତୁ ବର୍ତମାନ ସୁଦ୍ଧା ଏହାକୁ ନେଇ ପୋଲିସ ର ହାଥ ଖାଲି ଥିବା ଦେଖିବାକୁ ମିଳିଛି

ବ୍ରହ୍ମପୁର ଏସ ପି ଡ଼ଃ ଶ୍ରବନ ବିବେକ ଦାଇତ୍ୱ ଗ୍ରହଣ କରିବା ପରେ ସହର ରେ ଗୁଣ୍ଡା ରାଜ କମିଥିବା ବେଳେ ଚୋରି ଚରମ ସୀମା ଅତିକ୍ରମ କରିଥିବା ଜଣାପଡିଛି l ଯାହାଫଳରେ ସଦର ଏସ ଡି ପି ଓ , ବ୍ରହ୍ମପୁର ଟାଉନ ଏସ ଡି ପି ଓ, ଏବଂ କିଛି ଦକ୍ଷ ପୋଲିସ ଅଧିକାରୀ ଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଥିବା ସୂଚନା l କିନ୍ତୁ ରାତି ରେ ପେଟ୍ରୋଲିଙ୍ଗ ର ଘୋର ଅଭାବ ଯୋଗୁ ଏଭଳି ଚୋର ପୋଲିସ ଆଖିରେ ଧୂଳି ଦେଇ ଚୋରୀ କରିବାରେ ସକ୍ଷମ ହେଉଛି ବୋଲି ବିଭିନ୍ନ ମୋହଲ ରେ ଚୋର୍ଚ୍ଚା ଜୋର ଧରିବାରେ ଲାଗିଛି l ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ଅଞ୍ଚଳ ଵାସୀ ଙ୍କ ଦାବୀ ହେଉଛି l

nis-ad
Leave A Reply

Your email address will not be published.