ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ଅଧକ୍ଷତାରେ ଏଡିସି ବଳରାମ ସାମଲ ସହଯୋଗରେ ଚିତ୍ରକୋଣ୍ଡା ବିଏସ ଏସଓ ଅମର ମାଡ଼କାମି ଙ୍କ ପରିଚାଳନାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ର 105 ଜଣ ଅଙ୍ଗନବାଡି କର୍ମି ଏବଂ ସୁପରଭାଇଜର ମାନଙ୍କୁ ନେଇ ନିଜ ନିଜ କେନ୍ଦ୍ର ଅଧୀନରେ ଯାଉଥିବା ଗାଁ ମାନଙ୍କରୁ ଶାରୀରିକ, ମାନସିକ, ବିକଳାଙ୍ଗ, ବାଧିତ ଓ ଅକ୍ଷମ ଭଳି ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସର୍ଭେ କରିବା ନିମନ୍ତେ ପୂର୍ଣ୍ଣାଙ୍ଗ ଭାବରେ ତାଲିମ ପ୍ରଦାନ କରାଯାଇଥିଲା l ସମ୍ପୂର୍ଣ ବିବରଣୀ କିଭଳି ପ୍ରସ୍ତୁତ କରାଯିବ ସେ ନେଇ ପୁଙ୍ଖାନୁପୁଙ୍କ ଆଲୋଚନା କରାଯାଇଥିଲା l

nis-ad
Leave A Reply

Your email address will not be published.