ଉତ୍କଳ ଭାରତ ଉତ୍କଳ ଭବିଷ୍ୟତ ଉତ୍ସବ ଅନୁଷ୍ଠିତ

ମଲାକନଗିରି : ମଲାକନଗିରି ଜିଲ୍ଲାର ସ୍ଥାନୀୟ ସଂସ୍କୃତି ଭବନଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ବର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳନ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା , ଶ୍ରୀମତୀ ସମାରି ତାଙ୍ଗୁଳୁ ଯୋଗ ଦେଇଥିବାବେଳେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବିଧାୟକ ( ଚିତ୍ରକୋଣ୍ଡା ) ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକ। , ପୌରପରିଷଦର ଅଧ୍ୟକ୍ଷ , ଶ୍ରୀ ମନୋଜ ବାରିକ , ମଲାକନଗିରି ବି.ଡି.ଓ , ଶ୍ରୀ ଅଜୟ ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ବିଜୁଳି ମହୋତ୍ସବ ବିଷୟରେ ଆଲୋକପାତ କରିଥିଲେ . ଏହାପରେ କ୍ଷୁଦ୍ର ନାଟକ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଟେଲିଭିଜନ ମାଧ୍ୟମରେ ବିଦ୍ୟୁତ୍ ଶକ୍ତିର ସଞ୍ଚୟ ଉପରେ ସଚେତନ କରାଯାଇଥିଲା । ବିଦ୍ୟୁତ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ବରିଷ୍ଠ ନାଗରିକ , ସାମ୍ବାଦିକ ଓ ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.