ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୃକ୍ଷ ରୋପଣ

ଫୁଲବାଣୀ/ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କୃତ ବଳରାମ ସାହୁ, ବ୍ଲକ ଉପାଧ୍ୟକ୍ଷ ଏନ୍. ଲୁକ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସମୀର କୁମାର ପଢ଼ି, ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା, ପୂର୍ବତନ ପ୍ରଧାନ ଶିକ୍ଷକ ପଦାରବିନ୍ଦ ଆଚାର୍ଯ୍ୟ ଏବଂ ପ୍ରତିଷ୍ଠାତା ସଭ୍ୟମାନେ ଯୋଗ ଦେଇଥିଲେ।
ଏହି ପ୍ରତିଷ୍ଠା ଦିବସରେ ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ୍ କଲାମଙ୍କ ତିରୋଧାନ ଦିବସ ପାଳନ କରିବା ସହିତ ବିଦ୍ୟାଳୟରେ ବନମହୋତ୍ସବ ପାଳନ କରାଯାଇଛି।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ୨୮ତମକୁ ପଦାର୍ପଣ କରିଥିବା ଏବଂ ବିଦ୍ୟାଳୟର ଇତିହାସ ବିବରଣୀ ବିଷୟରେ ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ନାୟକ ଦେଇଥିବା ବେଳେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଗଣ ଚତ୍ର ଛାତ୍ରୀମାନଙ୍କର ଅଧ୍ୟୟନ ଏବଂ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ଉନ୍ନତି ଓ ବିକାଶ କରିବା ଦିଗରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଅଚଳର ବୁଦ୍ଧିଜୀବୀ,ରାଜନୈତିକ ଦଳ ଏବଂ ସମ୍ବାଦଦାତା ମନଙ୍କର ମିଳିତଉଦ୍ୟମରେ ବିକାଶର ଅଗ୍ରଗତି ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି ମତ ରଖିଥିଲେ।ପ୍ରତିଷ୍ଠା ଦିବସରେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା ଯାହାକି ପରିବେଶ ତଥା ବୃକ୍ଷ ରୋପଣ କରିବା ଏକ ମହତ୍ କାର୍ଯ୍ୟ ଯାହା ଦୈନନ୍ଦିନ ଜୀବନରେ ବଞ୍ଚିବା ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ଏବଂ ମଣିଷ ଓ ପ୍ରାଣୀ ଜଗତ ପାଇଁ ବୃକ୍ଷ ରୋପଣର ମୂଲ୍ୟ ବୋଦ୍ଧକୁ ବୁଝିବାର ଆବଶ୍ୟକତା ଅଛି ବୋଲି ବାନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା ଅଭିଭାଷଣ ଦେଇଥିଲେ।
ଶେଷରେ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

nis-ad
Leave A Reply

Your email address will not be published.