କାର୍ଯ୍ୟରତ ପ୍ରେସ କ୍ଳବ ସଦସ୍ୟମାନଙ୍କୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ସ୍ମାରକପତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି l ଫଳରେ ସେମାନଙ୍କ ପାଈଁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଳବ ପକ୍ଷରୂ ଗତ ଦୁଇବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା l ହେଲେ ଅତିଶୀଘ୍ର କାର୍ଯ୍ୟରତ ପ୍ରେସ କ୍ଳବ ସଦସ୍ୟ ମାନଙ୍କୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l
ଏଥିରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ସୂର୍ଯ୍ୟ ବେହେରା, ସିଵ ନାୟକ, ଶିବାନନ୍ଦ ପଟ୍ଟନାୟକ,ଜୟ ସେନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସୌହାର୍ଦ୍ୟ ପୂର୍ଣ୍ଣ ଆଲୋଚନା କରିଥିଲେ l
ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ସାମ୍ବାଦିକ ମାନଙ୍କୁ ଯେପରି ଅତିଶୀଘ୍ର ଜମି ମିଳିବ ସେଥିପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି କହିଥିଲେ lଫଳରେ ପ୍ରେସ କ୍ଳବ ସଦସ୍ୟ ଖୁସି ବ୍ୟକ୍ତ କରିଥିଲେ l

nis-ad
Leave A Reply

Your email address will not be published.