ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷକଙ୍କ ସମେତ ୨ ଛାତ୍ର ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ନଂ ୱାର୍ଡ ତେଲିଅଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଆଘାତରେ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇ ଛାତ୍ର ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତରମାନଙ୍କୁ ପ୍ରଥମେ ସୋର ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ତେଲିଅଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ବିଦ୍ୟୁତ ନଟ୍ ବୋଲ୍ଟ ଛିଡି ପଡିଥିଲା । ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ର ସେଠାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ନିଜ ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଆଣିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟାଳୟରୁ ମଙ୍ଗଳବାର ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋର ମାନେ ଛାଡି ଚାଲିଯାଇଥିବା ଏଭଳି ତାର ଓ ନଟ୍ ବୋଲ୍ଟତଳେ ପଡିଥିବା ବିଦ୍ୟାଳୟର ଶିକ୍ଷୟତ୍ରି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.