ରାଜ୍ୟରେ ରହିଛି ୧୩୧ ଶୀତଳଭଣ୍ଡାର, ସେଥି ମଧ୍ୟରୁ ୯୮ଟି ଅଚଳ

ଭୁବନେଶ୍ବର: ରାଜ୍ୟରେ ମୋଟ୍ ୧୩୧ଟି ଶୀତଳ ଭଣ୍ଡାର ଥିବାବେଳେ ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡିଛି । ମାତ୍ର ୩୩ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ରହିଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଉତ୍ତର ରଖିଛନ୍ତି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ବ ଦେଉଛନ୍ତି ।

ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି ।

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.