ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ଶିକ୍ଷକ ଗିରଫ

ରଣପୁର: ବିଦ୍ୟା ଦାନ ମହାପୁଣ୍ୟ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ହେଲେ ବର୍ତ୍ତମାନର ସମାଜରେ ଅନେକ ସ୍ଥାନରେ ଏହାର ମର୍ଯ୍ୟଦା ଓ ମହତ୍ୱ କଳୁଷିତ ହେଉଛି। ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରି ବନ୍ଧା ହେବା ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ କଳାଦାଗ ଲଗାଇଛି।

ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘର ଗ୍ରାମର ରାଜେଶ ବେହେରା। ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଏହି ଶିକ୍ଷକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ଶିକ୍ଷା ଦାନ ବଦଳରେ ଯୌନ ଶୋଷଣ କରୁଥିବାର ଅଭିଯୋଗ ଆସିଛି। ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଶିକ୍ଷକଙ୍କ ଏହି ଘୃଣ୍ୟ ଅପକର୍ମ।

ସେ ଏବେ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ରାଜେଶ ବର୍ଷେ ପୂର୍ବେ ଟ୍ୟୁସନ କରିବା ସମୟରେ ଏକାଧିକ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିଲେ। ସେସବୁକୁ ନିଜ ମୋବାଇଲରେ ଫଟୋସୁଟ୍ କରି ରଖୁଥିଲେ। ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଧମକଚମକ ଯୋଗୁ ଏକଥା ଛାତ୍ରୀମାନେ କେଉଁଠି ପରିପ୍ରକାଶ କରି ପାରିନଥିଲେ। ଏତିକିରେ ରାଜେଶଙ୍କ ମନତୃପ୍ତି ହୋଇ ନ ଥିଲା।

ଏବେ ରାଜେଶ ପୁଣି ସେହି ଛାତ୍ରୀମାନଙ୍କୁ ପୁନର୍ବାର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ବ୍ଲାକ୍-ମେଲ୍ ଆରମ୍ଭ କରିଥିଲେ। ତାଙ୍କ କଥାରେ ଅମଙ୍ଗ ହୋଇଥିବା ଛାତ୍ରୀମାନଙ୍କ ପାଖକୁ ମୋବାଇଲରେ ଜରିଆରେ ସେମାନଙ୍କ ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ କରିଥିଲେ। ଏଭଳି ଅଭିଯୋଗକୁ ଭିତ୍ତିକରି ରଣପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ପୋସ୍କୋ ଆକ୍ଟ ସହ ଆଇପିସିର ବିଭିନ୍ନ ଦଫା ଲାଗିଛି। ଏହି ଘଟଣା ରଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.