ସଦର ଥାନା ଅଞ୍ଚଳରୁ ଚୋରି : ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୩୨ ହଜାର ଟଙ୍କା ଚୋରି…

ଆପଣା ସୁନା ଭେଣ୍ଡି…! ପୋଲିସ ର ସନ୍ଧେହ..!

ବ୍ରହ୍ମପୁର : ,କିଛି ଦିନ ବ୍ୟବଧାନ ରେ ପୁଣି ଅଞ୍ଚଳ ରେ ଚୋର ମାନେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି ସୂଚନା ଥାଉକି ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୪ର୍ଥ ଲାଇନରେ ରହୁଥିବା ବ୍ରହ୍ମପୁର ସରକାରୀ ଆଇଟିଆଇରେ କାର୍ଯ୍ୟରତ ମହିଳା କର୍ମଚାରୀ ଏନ. ଅନିତାଙ୍କ ଘରୁ ଟଙ୍କା ଓ ସୁନା ଚୋରି ହୋଇଥିବା କୁ ନେଇ ସଦର ଥାନାରେ ଅଭିଯୋଗ ହୋଇଛି ।
ତାଙ୍କ ଆଲମୀରାରୁ ନଗଦ ୩୨ ହଜାର ଟଙ୍କା ସହ ୯ ଭରି ଓଜନର ସୁନା ଗହଣା ଚୋରି ହୋଇଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନଂ ୩୨୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାପ୍ରକାରେ, ଗୋବିନ୍ଦ ବିହାର ୪ର୍ଥ ଲାଇନରେ ଅନୀତାଙ୍କ ଘରେ ତାଙ୍କ ପୁଅ ଓ ଶାଶୁ ରହୁଛନ୍ତି ସେହିପରି ତଳ ମହଲାକୁ ସେ ଭଡାରେ ଦେଇଛନ୍ତି । ଦୁଇ ଦିନ ତଳେ ଅନୀତା ସକାଳ ୧୦ଟାରୁ ଆଇଟିଆଇକୁ ଚାଲିଯାଇଥିବା ବେଳେ ନିଜ ର କିଛି ବ୍ୟକ୍ତିଗତ କାମ ସାରି ରାତି ୧୦ଟାରେ ଘରକୁ ଫେରିଥିଲେ । ଘରେ ପହଞ୍ଚି ରାତିରେ ଆଲମାରୀ ଖୋଲିବା ବେଳେ ସେଥିରେ ରଖିଥିବା ଟଙ୍କା ଓ ସୁନା ଗହଣା ନଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କୁ ପଚରାଉଚରା ପରେ ଟଙ୍କା ଓ ସୁନା ନପାଇବାରୁ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି l ପ୍ରାଥମିକ ତଦନ୍ତ ରୁ ପୋଲିସ ଏହି ଘଟଣା ରେ ପାରିବାରିକ ବ୍ୟକ୍ତି ର ହାତ ଥିବା ସନ୍ଦେହ କରିଛି, ସେ ଯାହାବି ହେଉ ଅଳ୍ପ ଦିନ ଭିତରେ ଏହାର ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସଦର ଥାନ ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.