ଦାରିଙ୍ଗବାଡି :, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତାତୁରା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ମିଳିତ ଭାବେ ପଞ୍ଚାୟତ ଅଧିନସ୍ତ ମନରେଗା ଯୋଜନାରେ କାର୍ଯ୍ୟ କରାଯାଇଥିବା ସମସ୍ତ କ୍ଷେତ୍ର ପରିଦର୍ଶନ କରିଥିବା ଖବର ହସ୍ତଗତ ହୋଇଛି। ପୂର୍ବ ବର୍ଷ ଗୁଡିକରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ମଜୁରୀ ଟଙ୍କା ସଠିକ ସମୟରେ ଓ ଠିକ ଭାବେ ପାଇ ନଥିବାରୁ ପଞ୍ଚାୟତ ବାସୀ ମନରେଗା ଯୋଜନାରେ କାମ କରିବାକୁ ଅନିଛୁକ ହେଉଥିଲେ। ହେଲେ ସର ପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିଶୃତିରୁ ପଂଚାୟତ ଅଞ୍ଚଳରେ ମନରେଗା ଯୋଜନାରେ କାମ ହୋଇଛି। ସରପଞ୍ଚ ଓ ସମିତି ସଭ୍ୟଙ୍କ ତଦାରଖରୁ ଶ୍ରମିକ ମାନେ ସଠିକ ଭାବରେ ଓ ଠିକ ସମୟରେ ମଜୁରୀ ପାଇ ପାରିବେ ବୋଲି ପଞ୍ଚାୟତ ବାସୀ ଆଶା ବାନ୍ଧିଥିବା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.