ମୟୂରୀବିହାର ଚୋରୀ ଘଟଣାର ଫର୍ଦା ଫାସ : ସି ସି ଟିଭି ଫୁଟେଜ ଆଧାର ରେ ପୁଲିସ ହାତରେ ତିନି ଚୋର…

ବ୍ରହ୍ମପୁର ପ୍ରତିନିଧି // ନିଃସର୍ତ୍ତ

ବ୍ରହ୍ମପୁର : ଗତ ୨୧ ତାରିଖରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ରୋଡ଼ ସ୍ଥିତ ମୟୂରୀବିହାରରେ ରହୁଥିବା ଟୁନି ସାହୁଙ୍କ ଘରୁ କିଛି ଦୁର୍ବୃତ୍ତମାନେ ୧୫ଭରି ସୁନା ଏବଂ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ । ଯାହାକୁ ନେଇ ଗୋଶାଣୀନୁଆଗାଁ ଥାନାରେ ଅଭିଯୋଗ ହୋଇଥିଲା l ଏହି ଘଟଣାରେ ପୁଲିସ ବର୍ତ୍ତମାନ ୩ ଜଣ ଚୋରକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଚୋର ମାନଙ୍କ ଠାରୁ ପୁଲିସ ସୁନା ଗହଣା ସହ ପ୍ରାୟ ୭୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏଠାରେ ସୂଚନା ଥାଉକି ଅନ୍ଧପସରା ରୋଡ଼ ସ୍ଥିତ ମୟୂରୀବିହାରରେ ରହୁଥିବା ଟୁନି ସାହୁଙ୍କ ଘରୁ କିଛି ଦୁର୍ବୃତ୍ତମାନେ ଆଲମୀରା ଭାଙ୍ଗି ପ୍ରାୟ ୧୫ଭରି ସୁନା ଏବଂ ନଗଦ ୧ ଲକ୍ଷ ଟଙ୍କା ଚୋରି କରିଥିବା ନେଇ ଟୁନିଙ୍କ ଭଣଜା ଜୁଲାଇ ୨୨ତାରିଖରେ ଗୋଷାଣିନୁଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଭିତ୍ତି କରି ପୁଲିସ ୧୨୪/୨୨ ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଆଖ ପାଖରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିଲେ । ତଦନ୍ତ ବେଳେ ସିସିଟିଭିରେ ୪ଜଣ ଦୁର୍ବୃତ୍ତମାନଙ୍କ ଫୁଟେଜ୍ ଚିତ୍ର କେମେରା ରେ କଏଦ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଚୋରକୁ ପୁଲିସ ଚିହ୍ନଟ କରି ଧରିବା ସହ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଚିହ୍ନଟ ହୋଇଥିବା ଚୋର ଜଣକ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସ୍ମିକାର କରିବା ସହିତ ଅନ୍ୟ ଚୋର ମାନଙ୍କ ନାମ ପୁଲିସକୁ କହିଥିଲା । ସେହି ପ୍ରକାରେ ପୁଲିସ ଅନ୍ୟ ଦୁଇ ଚୋରକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଦୁର୍ବୃତ୍ତମାନେ କଏଦ ହୋଇଥିବା ସିସିଟିଭି ଫୁଟେଜ୍ କୁ ଆଧାର କରି ପୁଲିସ ଚୋରମାନଙ୍କୁ ଧରିବାରେ ସଫଳ ହୋଇପାରିଛି । ବର୍ତ୍ତମାନ ପୁଲିସ କବଜାରେ ତିନି ଚୋର ଅଟକ ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଚୋରଙ୍କୁ ଗିରଫ କରିବା ପାଇଁ ପୁଲିସ ସମସ୍ତ ପ୍ରୟାସ ଜାରି ରଖିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.