ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ଗୁରୁତର ବାପା ଦେବରାଜ ନାହାକଙ୍କ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପା ଦେବରାଜ ନାହାକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଇଣ୍ଡେନ ଗ୍ୟାସ୍ ଏଜେନ୍ସୀ ମାଲିକ ତ୍ରିଲୋଚନ ପାଣିଗ୍ରାହୀଙ୍କ ଜାମିନ ଖାରଜ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି କାନ୍ଥ ଓ ଛାତ ଭୁଶୁଡି ଦୁଇ ଜଣ ଆହତ ହୋଇଥିଲେ ।

ଫଳରେ ବାପା ଦେବରାଜ ନାହାକ ଓ ପୁଅ ଅଶୋକ ନାହାକ ଗୁରୁତର ହୋଇଥିଲେ । ସେମାନେ ବ୍ରହ୍ମପୁରରୁ ଗ୍ୟାସ୍ ସିଲିଣ୍ଡର ଆଣି ସ୍ଥାନୀର ଅଞ୍ଚଳରେ ବିତରକ କରୁଥିଲେ। ଗ୍ୟାସ୍ ସିଲିଣ୍ଡର ଘରେ ଗଚ୍ଛିତ ଥିବାବେଳେ କୌଣସି କାରଣ ବଶତଃ ଗ୍ୟାସ୍ ଲିକ୍ ଯୋଗୁଁ ବିସ୍ଫୋରଣ ଘଟିଥିଲା। ଗୋଟିଏ ଘରେ ପାଖାପାଖି ୬୬ଟି ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରଖାଯାଇଥିଲା। ଏଭଳି ଗଚ୍ଛିତ କରି ରଖାଯିବା ବେନିୟମ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ କହିଥିଲେ ।

nis-ad
Leave A Reply

Your email address will not be published.