ଫୁଲବାଣୀ : ସୋମବାର ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ କନ୍ଧମାଳ ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ।ପରେ ପରେ ୧୧ ଦଫା ଦାବି ବିଶିଷ୍ଟ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ପ୍ରଦାନ କରି ଥିଲେ। ଫୁଲବାଣୀ ଟ୍ରାକ୍ଟର ମାଲିକ ଗଣ ଓ ଜନ ସାଧାରଣ ଦାବୀ ଗୁଡିକ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ନିର୍ଦ୍ଧାରିତ ଅତ୍ୟୁଚ ବାଲି ଦର ପ୍ରତ୍ୟାହାର କରି ପୁନଃ ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଅନୁସୂଚିତ ଜିଲ୍ଲା ଅଟେ। ଜିଲ୍ଲାରେ କୌଣସି ଲଘୁ ଖଣିଜ ଖାଦାନର ଉତ୍ସ ନାହିଁ । କିଛି ସ୍ଥାନରେ ଯେଉଁ ବାଲିର ଉତ୍ସ ରହିଛି, ତାହା ଅତି ନିମ୍ନମାନର , ଏହି ପୋତିବା କାମରେ ଏହାକୁ ପୋତା ବାଲି କୁହାଯାଏ ।କେବଳ ଏହି ବାଲିକୁ ଜିଲ୍ଲାର କୌଣସି ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କର ବାରଣ ରହିଛି ଏହି ବାଲି ପ୍ଲାଷ୍ଟର, ଛାତକାମ କିମ୍ବା ମେଜିଆ କାମରେ ଲାଗେନାହିଁ । ଆମ୍ଭେ ଟ୍ରାକ୍ଟର ମାଲିକଗଣ ସ୍ବାଭିମାନରେ ବ୍ୟବସାୟ କରି ବଞ୍ଚିବାକୁ ଚାହୁଁ କିନ୍ତୁ ରାଜସ୍ବ ବିଭାଗର ମନ୍ଥରତା ଏବଂ ହେଳା ହେତୁ ଆମ୍ଭେମାନେ ରୟାଲଟି ନ ଦେଇ “ଚୋର ଆଖ୍ୟା ପାଇ” ଫାଇନ/ ପେନାଲ୍ଟି ଦେବାକୁ ବାଧ୍ୟ ହେଉଛୁ । ତେଣୁ ଆମ୍ଭେ ପେନାଲ୍ଟି ନୁହେଁ ଆଇନଗତ ଭାବେ ରୟାଲଟି ଦେବାକୁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବୀପତ୍ରରେ ଉଲେଖ ରହିଛି ।ଏଥି ସହ ଜିଲ୍ଲାରେ ଥିବା ବାଲି ଉତ୍ସର ଟେଣ୍ଡର ପକ୍ରିୟାରେ ବିଳମ୍ବ ଓ ଟେଣ୍ଡର ନେଇଥିବା ଉତ୍ସରୁ ବାଲି ପରିବହନ ରସିଦ ମିଳୁ ନଥିବାରୁ ତହସିଲଦାରଙ୍କ ଦ୍ବାରା ବାରମ୍ବାର ଦଣ୍ଡିତ ହୋଇ ଫାଇନ ପେନାଲ୍ଟି ଦେବାକୁ ବାଧ୍ୟ ହେଉଅଛୁ ।
ପୂର୍ବତନ ଜିଲ୍ଲାପାଳ ଗତ ପେବୃୟାରି ମାସରେ ଜିଲ୍ଲାର ବୈଷୟିକ ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଥିବା ଜିଲ୍ଲା ସ୍ତରୀୟ କମିଟିରେ ଫୁଲବାଣୀ ବାଲିର ମାନକୁ ହିସାବକୁ ନ ନେଇ ମହାନଦୀ ବାଲିକୁ ନେଇ ବଜାର ଦର ସ୍ଥିର କରିଛନ୍ତି, କୌଣସି କଣ୍ଟ୍ରାକ୍ଟର ନିର୍ମାଣ କାର୍ଯ୍ୟ କରୁଥିବା ମାଳିକ ମିସ୍ତ୍ରୀ କିମ୍ବା ବାଲି ଟେଣ୍ଡର ନେଉଥିବା ଅନୁଷ୍ଠାନ ମତାମତ ନିଆ ନଯାଇ ଏକ ତରଫା ଭାବେ ନିମ୍ନମାନର ଫୁଲବାଣୀ ବାଲିର ଡର ନିର୍ଦ୍ଧାରଣ କରିବା ଦୁର୍ଭାଗ୍ୟ ଜନକ ବୋଲି ଲିଖିତ ଅଭିଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.