ହିଞ୍ଜିଳିକାଟୁ : ଆଂଚଳିକ ବାଲ୍ମୀକି ଦାସ କୁଳ ମହାସଂଘର ସାଧାରଣ ବୈଠକ ରବିବାର ହିଂଜିଳିକାଟୁ ନିକଟସ୍ଥ ମା କୁରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ପ୍ରଭାକର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ୯ମୁଠାର ୧୧୯ଗ୍ରାମର କମିଟି ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ଗ୍ରାମରେ ଥିବା କୁଳ କୋଠଘର ଗୁଡ଼ିକୁ ନିଶାଦ୍ରବ୍ୟ ମୁକ୍ତ ଉପରେ ଗୁରୁତ୍ୱାରୋପ କରାଯାଇଛି । ସ୍କୁଲ କଲେଜ ପାଠପଢ଼ୁଥିବା କୁଳ ଛାତ୍ରୀଛାତ୍ରଙ୍କୁ ଶିକ୍ଷିତ ଯୁବତୀଯୁବକ ନିଃଶୁକ୍ଲ ଶିକ୍ଷାଦାନ ନିମନ୍ତେ ଆଲୋଚନା ହୋଇଥିଲା । ଏଥିସହ ନାରୀ ଶିକ୍ଷା ଓ ସରକାରଙ୍କ ନିର୍ଦ୍ଧାରିତ ବିବାହ ଯୋଗ୍ୟ ବୟସରେ ଉଭୟ ଝିଅ ଓ ପୁଅଙ୍କ ବିବାହ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ୨୦୨୧ବର୍ଷର ଆୟବ୍ୟୟ ହିସାବ ଆଲୋଚନା ହୋଇଥିଲା । କୁଳର ଉନ୍ନତି ନିମନ୍ତେ ଅନ୍ୟାନ୍ୟ ସଂସ୍କାର ମୁଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ବୈଠକରେ ସମ୍ପାଦକ ଅମୂଲ୍ୟ ଦାଶ ବିବରଣୀ ପାଠ ପଢ଼ିଥିଲେ । ତାଲକା ଉପସଭାପତି କାଳିଆ ଦାଶ, ପୁରୁଷୋତମପୁର ଭିକା ଦାଶ, ମୁଠା ସଭାପତି ସୀମାଂଚଳ ଦାଶ, ଯୁବ ସଭାପତି ମିଥୁନ ଦାଶ, ତାଲୁକା ମହିଳା ସଭାନେତ୍ରୀ ଜୟନ୍ତୀ ଦାଶ, ଯୁବ ସମ୍ପାଦକ ଯୁଧିଷ୍ଠିର ଦାଶ, ଉପଦେଷ୍ଟା ଗୌରାଙ୍ଗ ଦାଶ, ଉପେନ୍ଦ୍ର ଦାଶ, ଶୁକୁରି ଦାଶ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
ଫଟୋ: ସାଧାରଣ ବୈଠକରେ ଉପସ୍ଥିତ କମିଟି ସଦସ୍ୟ
Sign in
Sign in
Recover your password.
A password will be e-mailed to you.