ମାଲକାନଗିରି : ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଓ ଏସ ଆର ଟି ସି ଅଲଟ୍ରା ବସ ନମ୍ବର ଓ ଡି 30 4912 କୁଡୁମୁଳୁଗୁମା ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁଯାୟୀ ବସଟି ଦୃତ ଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍ ଏକ ଛେଳି ପଲ ରାସ୍ତା ଉପରକୁ ଚାଲି ଆସିଥିଲେ, କିନ୍ତୁ ଡ୍ରାଇଭର ଉକ୍ତ ଛେଳି ମାନଙ୍କୁ ବ°ଚାଇବାକୁ ଯାଇ ଜୋରରେ ବ୍ରେକ ଦେଇଥିଲେ ଓ ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ଯାଇଥିଲା । ବସ ରେ ପ୍ରାୟ 16 ରୁ 17 ଜଣ ଯାତ୍ରୀ ଥିବା ବେଳେ ପ୍ରାୟ ୧୦ଜଣ ସାମାନ୍ୟ ଆଘାତ ଲାଗିଥିବା ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି l ବସ ଦୁର୍ଘଟଣାର ଖବର ପାଇଁ କୁଡମୁଲଗୁମା ପୋଲିସ ଘଟଣା ସ୍ଥଳରେ ପହଁଚିବା ସହ ଆହତ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ଉକ୍ତ ଅଲଟ୍ରା ବସ ଗୁଡ଼ିକ 2013 ମସିହାରେ ମାଲକାନଗିରି କୁ ଆସିଥିବା ବେଳେ ଦୀର୍ଘ ୮ ବର୍ଷ କାଳ ମଧ୍ୟରେ ସଠିକ ଭାବରେ ରକ୍ଷଣା ବେକ୍ଷଣ ହେଉନଥିବାରୁ ଯାତ୍ରୀମାନେ ଯାତ୍ରା ସମୟରେ ବହୁବାର ଅଭିଯୋଗ କରିଥିବା ନଜରକୁ ଆସିଥିଲା l ମାଲକାନଗିରି ଓ ଏସ ଆର ଟି ସି ଅଧିକାରୀ ଅଭିଯୋଗ ବାବଦରେ ଉପର ଅଧିକାରୀଙ୍କୁ ଜଣାଇଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ରହିଥିବା ବେଳେ କିଛି ବସରେ ଛାତରୁ ପାଣି ଗଳୁଥିବା ଅଭିଯୋଗ ହୋଇଛି l ଉକ୍ତ ବସ ଗୁଡ଼ିକ ତୁରନ୍ତ ମରାମତି କରିବା କିମ୍ବା ପୁରଣା ବସ ବଦଳରେ ନୂଆ ବସ ଚଳାଚଳ ପାଇ ସାଧାରଣରେ ଦାବି ହେଉଛି l
Sign in
Sign in
Recover your password.
A password will be e-mailed to you.
Next Post