ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଯୁବତୀ

ମାଲକାନଗିରି : ମାଲକାନଗିରି ଆଜିର ଯୁବତୀ ଚାରି କାଂଥ ଭିତରେ ସୀମିତ ନରହି ସ୍ୱତନ୍ତ୍ର ଭାବେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯୁବକ ମାନଙ୍କ ଭଳି ବାହାର ଦୁନିଆଁ ରେ କାର୍ଯ୍ୟ କରି କିଛି ଅର୍ଥ ରୋଜଗାର କରି ଘର ସମସ୍ୟା ସହ ନିଜ ସ୍ୱପ୍ନ ମଧ୍ୟ ପୂର୍ଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏ ଦୁହେଁ ପ୍ରମାଣ କରିଛନ୍ତି ଯେ ଝିଅ ଜନମ ଚୁଲି ମୁଣ୍ଡକୁ ନୁହେଁ ଏବଂ ଆଜିର ନାରୀ ଦୁର୍ବଳା ନୁହେଁ ସବଳା । ଏହିଭଳି ଏକ ଦୃଶ୍ୟ ମାଲକାନଗିରି ସହରରେ ଦେଖିବାକୁ ମିଳୁଛି । ଯୁବକ ମାନଙ୍କ ପରି ହାତରେ ପେଟ୍ରୋଲ ମେସିନ ଧରି ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଦେଉଛନ୍ତି ଏହି ଦୁଇ ଯୁବତୀ । ତେବେ ଏହି ଦୁଇ ଯୁବତୀଙ୍କ ଘରେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ହେତୁ ଏମାନେ ନିଜେ କାମ କରି ପାଠ ପଢିବା ସହ ପରିବାର ର ଆର୍ଥିକ ସମସ୍ୟାକୁ ଦୁର କରିବାକୁ ଚେଷ୍ଟା କରୁଛନ୍ତି । ଥରେ ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ପେଟ୍ରୋଲ ପକେଇବା ପାଇଁ ଆସିଥିବା ଗ୍ରାହକ ମାନଙ୍କ ମଧ୍ୟରୁ ଗୋଟେଏ ପରେ ଗୋଟିଏ ଗାଡ଼ିରେ ଶାନ୍ତି ଶୃଙ୍ଖଳାର ସହ ପେଟ୍ରୋଲ ପକାଉଛନ୍ତି । ପେଟ୍ରୋଲ ପକେଇବା ପାଇଁ ଆସିଥିବା ଗ୍ରାହକ ମାନଙ୍କୁ ମଧ୍ୟ ଉଚିତ ବ୍ୟବହାର ମଧ୍ୟ ଦେଖଉଛନ୍ତି । ତେବେ ପେଟ୍ରୋଲ ପମ୍ପ ରେ ଏହି ଦୁଇ ଯୁବତୀଙ୍କୁ ଦେଖି ଗ୍ରାହକ ମାନେ ଖୁସି ହେବା ସହ ଆଜିର ଯୁବକ ଯୁବତୀ ମାନେ ବେକାର ନ ରହି କିଛି କାମ କରି ବେକାର ସମସ୍ୟାକୁ ଦୁର କରିବା ପାଇଁ ନେଜେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି । ଏହି ପେଟ୍ରୋଲ ପମ୍ପ ର ମାଲିକ ମଧ୍ୟ ଏହି ଦୁଇ ଝିଅଙ୍କୁ ଏହି ପମ୍ପର ଦାଇତ୍ୱ ଦେଇ ଖୁସି ଅଛନ୍ତି ଏମାନେ ମଧ୍ୟ ବିଶ୍ଵ।ସର ସହ ସମସ୍ତ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି ପେଟ୍ରୋଲ ପମ୍ପର ମାଲିକ । ତେବେ ଉଚ ଶିକ୍ଷିତ ହୋଇ ମଧ୍ୟ ନିଜ ବେକାରୀ ସମସ୍ୟା ଓ ଆର୍ଥିକ ପରିସ୍ଥିତି ଦୁର କରିବା ପାଇଁ ଚେଷ୍ଟା କରୁଥିବା ଏହି ଦୁଇ ଯୁବତୀ ଅନ୍ୟ ଯୁବତୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

nis-ad
Leave A Reply

Your email address will not be published.