ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ।ଞ୍ଚବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଜଳି ଜ୍ଞାପନ କରିଥିଲେ । ଗୌହାଟୀରେ ଏକ ସରକାରୀ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡ଼ା ।
ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ଧାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୧୪ ଏପ୍ରିଲ୍ ୨୪ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ.ପରିଡ଼ାଙ୍କୁ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୃଷି ଉପଦେଷ୍ଟା ଥିଲେ । ୨୦୧୭ରୁ ଭୁବନେଶ୍ବର ଆଇଏଲ୍ଏସ୍ର ନିର୍ଦେଶକ ଭାବେ କାର୍ୟ୍ୟରତ ଥିଲେ । ଇଣ୍ଡିଆନ୍ ସାର୍ସ-କୋଭ-୨ ଜେନୋମିକ୍ସ କନର୍ସଟିୟମ ଆଇଏଲଏସ୍କୁ କୋଭିଡ ଭୂତାଣର ଜିନୋମ ସିକ୍ୱେନ୍ସିଂ ଲ୍ୟାବ୍ ଘୋଷଣା କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ନମୁନା ଏଠାରେ ପରୀକ୍ଷା ହୋଇଥିଲା ।
କୋଭିଡ୍ ପରିଚାଳନା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଚାକିରି କାଳକୁ ଆଉ ୩ବର୍ଷ ବଢ଼ାଇ ଦିଆଯାଇଥିଲା।