ଭୁବନେଶ୍ବରରେ ବିମାନ ବାତିଲ, ଧାରଣାରେ ବସିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ବିମାନ ବାତିଲରୁ ହନ୍ତସନ୍ତ ଯାତ୍ରୀ । ବାରମ୍ବାର ବାତିଲ ଯୋଗୁ ଧାରଣାରେ ବସିଲେ ଯାତ୍ରୀ । ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି।  ସେପଟେ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ସେଭଳି କିଛି ହେଇ ନାହିଁ ।

ସୂଚନା ଅନୁସାରେ ଗତ ବୁଧବାର ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ଵରରୁ ଏକ ବିମାନ ହାଇଦ୍ରବାଦ ଉଡ଼ାଣ ଭରିବାର ଥିଲା । କିନ୍ତୁ କୌଣସି କାରଣରୁ ତାହାକୁ ବାତିଲ କରିଦିଆଯାଇଥିଲା । ଗୁରୁବାର ସକାଳ ୮ଟା ୪୫ରେ ହାଇଦ୍ରାବାଦ ଉଡ଼ାଣ ପାଇଁ ପୁନର୍ବାର ସମୟ ଧାର୍ଯ୍ୟ ହୋଇଥିଲା । ସେଥିଲାଗି ଟିକଟ କାଟିଥିବା ଯାତ୍ରୀମାନେ ବିମାନବନ୍ଦରରେ ଆସି ପହଞ୍ଚିଥିଲେ । କିନ୍ତୁ ପୁନର୍ବାର ବିମାନକୁ ବାତିଲ କରିଦିଆଯାଇଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ଧାରଣା ଦେଇଛନ୍ତି । ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କଠୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ  ।

nis-ad
Leave A Reply

Your email address will not be published.