ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ବିଡ଼ିଓଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି(୨୦/୭) : ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ ଦାରିଙ୍ଗବାଡ଼ି ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାରିଙ୍ଗବାଡ଼ି ବ୍ଲକ ସଭାପତି ଶୁଭଲଷ୍ମୀ ବେଜଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ମୁତାବକ ରାଜ୍ୟ ସରକାର ୨୦୧୩ ମସିହାରେ ହୋଇଥିବା ଚୁକ୍ତି ଭିତ୍ତିକ ଆଇନ କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଥିବା ସହ ନିୟମିତ ନିଯୁକ୍ତି ପାଇଥିବା କର୍ମଚାରୀ ଯେଉଁଭଳି ସୁବିଧା ରହିଛି ସେଭଳି ସୁବିଧା ଦେବାକୁ ଦାବି କରିଥିଲେ । ଚୁକ୍ତିଭିତ୍ତିକ ନିଯୁକ୍ତିରେ ଗୃହ ଭଡା ନାହିଁ,ପଦୋନ୍ନତି,ବର୍ଦ୍ଧିତ ଦରମା,ବରିଷ୍ଠତା,ଏମଏସିପି ଭଳି ସୁବିଧା ଛଅ ବର୍ଷ ଚୁକ୍ତି ଭିତ୍ତିକ ନିଯୁକ୍ତି ମଧ୍ୟରେ ଗ୍ରହଣ କରାଯାଉନାହିଁ । ଏଣୁ ଏହାକୁ ଲାଗୁ କରିବା ସହ ୨୦୧୭ ମସିହାରେ ଲାଗୁହୋଇଥିବା ଓଆରଏସପି ନିୟମକୁ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଏଥି ସହିତ ନିୟମିତ ନିଯୁକ୍ତି ଭଳି ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ବିଡ଼ିଓଙ୍କୁ ଦାବିପତ୍ର ଦେବା ସମୟରେ କନିଷ୍ଠ ଶିକ୍ଷକ ସଂଘ ସଭାପତି ନିତେନ ଚନ୍ଦ୍ର ସାହୁ, କନ୍ଧମାଳ ଜିଲ୍ଲା ସମ୍ପାଦକ କ୍ଷିତିଶ ପ୍ରିୟଦର୍ଶୀ ସାହୁ, ବ୍ଲକ ସଭାପତି ଶୁଭଲଷ୍ମୀ ବେଜ ସମେତ ଏକାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.