କୁମ୍ବିଙ୍ଗ ଅପେରସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ -: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ି ଭି ଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଗତକାଲି ସୋମବାର ବାଲିଗୁଡା ଥାନା ଅନ୍ତର୍ଗ୍ରତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିଲା।ଏହି ଅପରେସନ ବେଳେ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି

ମେଡିସିନ,ବିଦ୍ୟୁତତାର, ଜଗ ,କୁରାଢ଼ୀ,ଚଷମା,ଟର୍ଚ୍ଚଦଉଡି, ଛତା, ଷ୍ଟିଲ ପ୍ଲେଟ, ଟୀଫିନବକ୍ସ, ୱାଟର ବୋଟଲ, ଷ୍ଟିଲମଗ,ଆଦି ଅନେକ ଜିନିଷ ପତ୍ର ସମେତ କିଛି ଖାଦ୍ୟ ସାମଗ୍ରି ମାନ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି l ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମରଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା lକନ୍ଧମାଳ ଏସପି ବିନୀତ ଅଗ୍ରୱାଲ ଙ୍କ ରଣ କୌଶଳ,ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି l

nis-ad
Leave A Reply

Your email address will not be published.