ହିଞ୍ଜିଳି : ଶେଷରେ ଦାଦନ ଶ୍ରମିକର ଶବ ଫେରିଲା ଗାଁ କୁ …

ସରକାରଙ୍କ ଗାଁ କୁ କାମ ଓ ମାଁ କୁ ସମ୍ମାନ ର ନଗ୍ନ ଚିତ୍ର…!

ହିଞ୍ଜିଳିକାଟୁ : ହିଞ୍ଜିଳି ବ୍ଳକ ଖରିଡା ଗ୍ରାମକୁ ଗ୍ରାମରେ ଶୋକାକୁଳ ପରିବେଷ ।ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତାହା ଲୋକଙ୍କ ନିକଟରେ ନାରା ବାଜିରେ ସୀମିତ ହୋଇ ରହୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ କାମ ଓ ମାଁ କୁ ସମ୍ମାନ ବୋଲି ଡିଡିମ ପିଟୁଥିବା ବେଳେ ଗଞ୍ଜାମ ରୁ ଅଧିକାଂଶ ବାହାର ରାଜ୍ୟକୁ ଦାଦନ ମୁହାଁ।ଗ୍ରାମରେ କେବଳ ରାଜନେତା,

ଟାଉଟର ଓ ପଚାଂୟତ କର୍ମଚାରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରେ ଚାଲିଛି। ଗାଁ ରେ କାମ ନପାଇ ହନ୍ତସନ୍ତ ହୋଇ ପରିବାର ପ୍ରତିପୋଷଣ ନିମନ୍ତେ ଭିଟାମାଟି ଛାଡି ଦାଦନ ଖଟି କିଏ ହାତ ଗୋଡ଼ କଟା ହୋଇ ଫେରିଛି ତ କିଏ ଶବ ହୋଇ ଫେରୁଛି। ଅନେକ ଶଵ ମଧ୍ୟ ଘରକୁ ଆସିପାରୁ ନାହିଁ ଅନେକ ବାହାର ରାଜ୍ୟରେ କାନ୍ଧ ନପାଇ ମେଡିକାଲରେ ପୋତାଯାଉଛି। ଏପରି ଏକ ଶୋକାକୁଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମରେ। ଖରିଡା ଗ୍ରାମ କୁମ୍ଭାର ସାହି ବାସିନ୍ଦା ଗୋପାଳ ଵେହେରା ଙ୍କ

ଏକମାତ୍ରରୋଜଗାରରିଆ ପୂଅ ଘନଶ୍ୟାମ ବେହେରା ୩୮ ଗ୍ରାମରେ କାମଧନ୍ଦା ନ ମିଳିବାରୁ ପରିବାର ପ୍ରତିପୋଷଣ ନିମନ୍ତେ ନିଜ ଗ୍ରାମ ଛାଡି ସୁରତ ଦାଦନ ଖଟିବାକୁ ଯାଇଥିଲେ। ସୁରତ ସୁତା କଳରେ ମଜୁରିଆ ଭାବେ କାର୍ଯ୍ୟ କରି ଭଲ ଦି ପଇସା ରୋଜଗାର କରି ନିଜର ଭଉଣୀ ମାନଙ୍କୁ ବାହାଘର କରି ପଠାଇଥିଲେ। ଘନଶ୍ୟାମ ଶନିବାର ଦିନ ଫୋନ କରି ପିଲାମାନଙ୍କ ସହିତ କଥା ହୋଇଥିଲେ। ସୁରତ ରେ ରହୁଥିବା ଘରେ ବିଦ୍ୟୁତ ଆଘାତରେ ମୃତ ହୋଇଥିବା ତାଙ୍କ ସହିତ କାମ କରୁଥିବା ଲୋକେ ଫୋନ କରି କହିଥିଲେ। ଘନଶ୍ୟାମ ଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ବ୍ୟକ୍ତିଙ୍କ ଶଵକୁ ଗ୍ରାମକୁ ଆଣିବା ପାଇଁ ଯୁବ ଗୋଷ୍ଠୀ ପ୍ରଶାସନ ର ଦ୍ୱାରସ୍ଥହୋଇଥିଲେ ।ରାଜ୍ୟ ସରକାରଙ୍କ ଓଡିଶା ମୋ ପରିବାର ଓ ଜିଲ୍ଲା ପ୍ରଶାସନର ସହାୟତା ରେ ଦାଦନ ଶ୍ରମିକ ର ଶଵ ହିଞ୍ଜିଳି ବ୍ଲକ୍ ଖରିଡା ଗ୍ରାମକୁ ଫେରିଲା। ଗ୍ରାମରେ ସୋମବାର ସନ୍ଧ୍ୟାରେ ଶବ ପହତିଁବା ପରେ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ଵ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା,୬୮ନଂ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଖରିଡା ପଚାଂୟତ ସରପଂଚ, ସମିତି ସଭ୍ୟ ଙ୍କ ସହ ଗ୍ରାମବାସୀ ଏକ ଶୋଭାଯାତ୍ରା ରେ ଗ୍ରାମ ଭ୍ରମଣ କରି ଗ୍ରାମ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବ୍ଳକ ପ୍ରସାଶନ ପକ୍ଷରୁ ଶୋକ ସନ୍ତପ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ପ୍ରଦାନ କରିଥିବା ସୂଚନା।

nis-ad
Leave A Reply

Your email address will not be published.