ଆରଟିଓ ରେ ଆସିବ ସ୍ବଚ୍ଛତା ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଗାଡ଼ି ଫିଟନେସ ଯାଞ୍ଚ…


ନୟାଗଡ଼: ପରିବହନ ବିଭାଗରେ ଆସିବ ଅନେକ ସଂସ୍କାର ହେବ ଅନେକ ଯୋଜନା । ବିଶେଷ କରି ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟନେସ ଯାଞ୍ଚ ରିପୋର୍ଟ ପ୍ରଦାନରେ ହେଉଥିବା ପରୀକ୍ଷାରେ ବ୍ୟାପକ ଲାଞ୍ଚ କାରବାର ହେଉଛି । ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଥିବା ଜାଲିଆତି ରୋକିବାକୁ ନୟାଗଡ଼ରେ ସ୍ୱୟଂସମ୍ପୂର୍ଣ୍ଣ ଗାଡିଚାଳନା ପରୀକ୍ଷଣ କେନ୍ଦ୍ର (ଏଡିଟିଏସ),କାର୍ଯ୍ୟକାରୀ କରାଯାଇଛି । ଏହା ସହ ଫିଟନେସ ଯାଞ୍ଚ ସହ ସମ୍ପୂର୍ଣ୍ଣ ପରୀକ୍ଷଣ ପାଇଁ ସ୍ୱୟଂସମ୍ପୂର୍ଣ୍ଣ ପରୀକ୍ଷଣ ଷ୍ଟେସନ (ଏଟିଏସ)ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ହସ୍ତାନ୍ତର କରାଯିବ ବୋଲି ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଗାଡ଼ିର ଫିଟନେସ ଯାଞ୍ଚ ଅଧିକାରୀ ମାନଙ୍କ ଦ୍ଵାରା କରାଯାଉଥିଲା । ଏହାଦ୍ବାରା ଅନେକ ଲାଞ୍ଚ କାରବାର ର ଅଭିଯୋଗ ହେଉଥିଲା । ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଏଟିଏସ ର ପରିକଳ୍ପନା କରିଛନ୍ତି। ନୟାଗଡ଼ରେ ଏଟିଏସ ପ୍ରତିଷ୍ଠା ପାଇଁ ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରାୟ ଦୁଇ ଏକର ଜାଗାରେ ଏହି ଏଟିଏସ ଷ୍ଟେସନ କରାଯିବ ବୋଲି ଜଣାପଡିଛି । ଏହି ଏଟିଏସ ଷ୍ଟେସନ ଦ୍ଵାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ଗାଡ଼ି ଗୁଡ଼ିକ ଯାଞ୍ଚ ସହ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ଦ୍ଵାରା ଏହି କାର୍ଯ୍ୟ ହେବ ଫଳରେ କୌଣସି ଜାଲିଆତି ର ସମ୍ଭବ ହେବ ନାହିଁ । ଗତ ଅକ୍ଟୋବର ୧୦ ତାରିଖରୁ ନୟାଗଡ଼ ରେ ଏଡିଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି । ପୁନେ ର ଏକ ଘରୋଇ କମ୍ପାନୀ (ଅକ୍ସରା ନେପୁନ କେଭି) ଦ୍ଵାରା ଏମଓୟୁ କରାଯାଇ ଏବେ ସମସ୍ତ ଗାଡ଼ିର ଡ୍ରାଇଭିଙ୍ଗ ଲାଇସେନ୍ସ ପରୀକ୍ଷା କରାଯାଉଛି । ଏହି କମ୍ପାନୀ ଡ୍ରାଇଭିଙ୍ଗ ପରୀକ୍ଷା ଟ୍ରାକ ରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଏହାଦ୍ବାରା ଡ୍ରାଇଭିଙ୍ଗ ଲାଇସେନ୍ସ ନିମନ୍ତେ ପରୀକ୍ଷା ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ସମସ୍ତ ଗତିବିଧି ତଥା ସିଟ ବେଲଟ ପିନ୍ଧିଛନ୍ତି କି ନାହିଁ, ଗାଡ଼ି ଟ୍ରାକ ରେ ଚାଲୁଛି କି ନାହିଁ ଏସବୁକୁ ରେକର୍ଡ କରାଯାଉଛି । ଯଦି ନିୟମ ମୁତାବକ ସବୁ ଠିକ୍ ରହୁଛି ତେବେ ଲାଇସେନ୍ସ ପ୍ରଦାନ କରାଯାଉଛି । ଏବେ ସବୁ କାର୍ଯ୍ୟ ଅନଲାଇନ ରେ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟ ସ୍ବଚ୍ଛତା ର ସହ ହେଉଛି । ଆଗରୁ ପରିବହନ କାର୍ଯ୍ୟାଳୟରେ ଅନେକ ଦଲାଲଙ୍କ ଉପଦ୍ରବ ମଧ୍ୟ ବଢ଼ି ଚାଲିଥିଲା । ଅଧିକାଂଶ ଆଦୌ ଡ୍ରାଇଭିଙ୍ଗ ପରୀକ୍ଷା ନଦେଇ ଟଙ୍କା କାରବାର କରି ଲାଇସେନ୍ସ ହାତେଇ ନେଉଥିଲେ । ବର୍ତମାନ ଏହି ଜାଲିଆତି ଉପରେ ସମ୍ପୂର୍ଣ୍ଣ ରୋକ ଲଗିପାରିବ ।

nis-ad
Leave A Reply

Your email address will not be published.