ମାଲକାନଗିରି: ବିଭିନ୍ନ ଗଣମାଧ୍ୟମରେ ଅନବରତ ମାଲକାନଗିରି ଜିଲ୍ଲା ସୀମାନ୍ତ ଜଳବନ୍ଦୀ ଘେରରେ ରହିଥିବା ମୋଟୁ ଅଞ୍ଚଳରେ ଶତାଧିକ ଟ୍ରକ୍ ଡ୍ରାଇଭର୍ ଓ ହେଲ୍ପର୍ ଭୋକଉପାସରେ ରହିଥିବା ପ୍ରକାଶିତ ହୋଇଥିଲା l ବିଗତ ୩ ଦିନ ଧରି ଓଡିଶା ଆନ୍ଧ୍ର ସୀମା ବ୍ରିଜ୍ ଉପରେ ୫ ରୁ ୭ ଫୁଟ ପାଣି ରହିଥିବା ଫଳରେ ଜିନିଷ ବୋଝେଇ ଟ୍ରକ୍ ଗୁଡିକ ଅନ୍ୟ ରାଜ୍ୟକୁ ଯାତାୟାତ କରିପାରି ନଥିଲା l ମୋଟୁ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶସାନ ତରଫରୁ ରିଲିଫ୍ ମଧ୍ୟ ଇତି ମଧ୍ୟରେ ଯଦିଓ ପହଞ୍ଚିଥିଲା କିନ୍ତୁ ଏହା କେବଳ ବୁଡି ଅଞ୍ଚଳବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଥିଲା l ଖବର ପାଇ ସହଯୋଗ ଟିମ୍ ଏକ ଜରୁରୀକାଳିନ ବୈଠକ ଡକାଇ ମୋଟୁରେ ଫସି ରହିଥିବା ଅନ୍ୟ ରାଜ୍ୟ ବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ନିଷ୍ପତ୍ତି ଗ୍ରହଣ କରି ବନ୍ୟା ବିପନ୍ନ ଅଞ୍ଚଳଗ୍ରସ୍ତ କରିଥିଲେ । ତେବେ ଆର୍ଥିକ ତଥା ଶୁଖିଲା ଖାଦ୍ୟ ଯୋଗାଣରେ ସହଯୋଗ ଟିମ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ଥଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଚେଆରମ୍ୟାନ୍ ପ୍ରଦିପ୍ ନାୟକ, ୱାର୍ଡ୍ ନଂ ୫ ର କାଉନସିଲର୍ ସୁନୀତା ଗୁରୁ, ସମାଜସେବୀ ସିମାଦ୍ରୀ ଭାଗ୍ୟଧର ପୁଷ୍ଟି, ତଥା ଅକ୍ଷୟ କୁମାର ବିଶ୍ୱାଳ,ପ୍ରଭାକର ସାହୁ,ସୁନିଲ୍ କୁମାର୍ ଦାସଙ୍କ ସମେତ ଡାକ ପାଙ୍ଗି ପ୍ରଭୃତି ବୁଦ୍ଧିଜୀବୀଙ୍କ ସହାୟତାରେ ୫ ବସ୍ତା ଚୁଡା,୫ ବସ୍ତା ମୁଢି,୧୦ କିଲୋ ଚିନି,୧୦ କିଲୋ ଗୁଡ ଓ ୪୦୦ ବିସ୍କୁଟ୍ ବଣ୍ଟନ କରାଯାଇ ପାରିଥିଲା l ରିଲିଫ୍ ସାମଗ୍ରୀ ନେଇ ମୋଟୁରେ ପହଞ୍ଚିବାପରେ ଅର୍ଗସ୍ ନ୍ୟୁଜ୍ ପ୍ରତିନିଧି ଶ୍ରୀ ବିକ୍ରମ୍ କୁମାର ସ୍ୱାଇଁ ଓ ତାଙ୍କ ଟିମ୍ ମଧ୍ୟ ଏହି ରିଲିଫ୍ ବଣ୍ଟନରେ ସହାୟତାର ହାତ ବଢେଇଥିଲେ l ସହଯୋଗ ଟିମ୍ ତରଫରୁ ସମସ୍ତ ଦାତା ଓ ଭଲ୍ୟୁଣ୍ଟିଅର୍ ମାନଙ୍କର ଏଭଳି ଅକୁଣ୍ଠ ସମର୍ଥନ ଏବଂ ଜନହିତକର କାର୍ଯ୍ୟରେ ସ୍ୱେତ୍ସାକୃତ ଭାବେ ସହାୟତାର ହାତ ବଢେଇଥିବରୁ ଧନ୍ୟବାଦ ଅର୍ପଣ କରାଯାଇଛି l ଆଗାମୀ ଦିନରେ ବନ୍ୟା ବିପନ୍ନ ଅଞ୍ଚଳରେ ଅସହାୟ ମନେ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ତତ୍ପରତା ସହ ସହଯୋଗ ଟିମ୍ ପହଞ୍ଚିବ ବୋଲି ଟିମ୍ ତରଫରୁ ସଂପାଦକ ଶ୍ରୀ ଟୁକୁଲୁ ପ୍ରାଧାନ କହିଥିବା ପରିପ୍ରେକ୍ଷୀରେ ସହଯୋଗ ଟିମ୍ ର ଏଭଳି ପ୍ରଚେଷ୍ଟାକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି ଏବଂ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
Sign in
Sign in
Recover your password.
A password will be e-mailed to you.