ହିଞ୍ଜିଳିକାଟୁ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କୃଷି ଓ କୃଷକର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ବାସ୍ତବ କ୍ଷେତ୍ରରେ କିଛି ସପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ନୀତି ଯୋଗୁଁ ଚାଷୀ ମାନେ ଚାଷ କାର୍ଯ୍ୟର ସଫଳ ରୁପାୟନ ପାଇପାରୁନଥିବା ଅଭିଯୋଗ ହୋଇଛି। ସମବାୟ ସମିତି ସମ୍ପାଦକ ଚାଷୀଙ୍କ ନାମରେ ଋଣ ଜାଲିଆତି କରି ହରି ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ଫଳରେ ସମବାୟ ସମିତିର ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଭଳି ଏକ ଅଭିଯୋଗ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପଞ୍ଚାୟତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି।
ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ସହ କୃଷି ଋଣ ପ୍ରଦାନ ଲକ୍ଷ୍ୟ ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ ଦ୍ବାରା ପରିଚାଳିତ ସେବା ସମବାୟ ସମିତି ମାଧ୍ୟମରେ ରାଜ୍ୟର ସମସ୍ତ ଚାଷୀଙ୍କୁ ଋଣ ସହାୟତା ପ୍ରଦାନ କରାଯାଉଛି ।ହେଲେ ହିଞ୍ଜିଳିକାଟୁ ବ୍ଳକ ବାଳକୃଷ୍ଣପୁର ସେବା ସମବାୟ ସମିତି ସମ୍ପାଦକ ସଂପୃକ୍ତ ପଞ୍ଚାୟତର ବହୁ ଚାଷୀଙ୍କ ନାମରେ ବ୍ୟାପକ ଋଣ ଜାଲିଆତି କରି ମୋଟା ଅଙ୍କର ଅର୍ଥ ହରିଲୁଟ୍ କରିଥିବା ନେଇ ସଂପୃକ୍ତ ପଞ୍ଚାୟତର ବହୁ ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଫସଲ ବୀମା ଯୋଜନାରେ ସାମିଲ ପାଇଁ ସଂପୃକ୍ତ ଗ୍ରାମର ଜିତେନ୍ଦ୍ର ଚୋୖଧୁରୀ ଓ ଅଜିତ ଚୋୖଧୁରୀ ଜମି ପଟ୍ଟା ସହ ଆବଶ୍ୟକ ନଥିପତ୍ର ପ୍ରଦାନ କରିଥିଲେ। କିନ୍ତୁ ତତ୍କାଳୀନ ସେବା ସମବାୟ ସମିତି ସମ୍ପାଦକ ଗ୍ରାମର ବହୁ ଚାଷୀଙ୍କ ଜମିପଟ୍ଟାରେ ନିଜର ସମ୍ପର୍କୀୟଙ୍କ ନାମ ଉଲ୍ଲେଖ କରି ରଣଛାଡ ବାବଦକୁ ଅର୍ଥରାଶି ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି। ସେହିପରି ବାଳକୃଷ୍ଣପୁର ମୈଜା ଖତିୟାନ ନଂ – ୨୩୧ , ପ୍ଳଟ ନଂ – ୪୫୧/୧୯୯୩/ ୧୦୯୫ ଓ ପ୍ଳଟ ନଂ -୨୮୧ ଗୁଡିକ ପଟ୍ଟାଦାର ଭାବେ ରଘୁନାଥ ଚୋୖଧୁରୀ ବୋଲି ସରକାରୀ ଦଲିଲରେ ଉଲ୍ଲେଖ ରହିଥିବା ବେଳେ ସମବାୟ ସମିତି ରେକର୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ ଦାଖଲ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ପ୍ଳଟ ନଂ – ୧୦୮/୧୪୩୨ , କୁକୁଡାଖଣ୍ଡି ଜଗନ୍ନାଥ ମନ୍ଦିର ନାମରେ ରହିଥିବା ଜମି ପ୍ଳଟ ନଂ – ୧୨୧/୧୪୦/୯୨, ୧୯୩/୧୪୦୧, ଖାତା ନଂ – ୩୦୪/୩୩୯, ୩୦୪/୩୦୦ ପ୍ଳଟ ନଂ – ୨୧୭, ୨୧୮, ଖାତା ନଂ – ୨୭୦୧- ପ୍ଳଟ ନଂ – ୨୨୫, ୩୨୫, ୩୫୫
ଆଦି ଜମିପଟ୍ଟାରେ ଜାଲିଆତି କରି ଋଣ କରାଯାଇଥିବା ନେଇ ଉମାଶଙ୍କର ପାଳ, ବଦ୍ରିନାଥ ଗନ୍ତାୟତ, ଦିଲ୍ଲିପ ଗନ୍ତାୟତ, ପିତବାସ ଚୋୖଧୁରୀ, ଅଜିତ ଚୋୖଧୁରୀ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଘଟଣାର ପ୍ରମାଣ ସହ ଘଟଣା ନେଇ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ କୈାଣସି ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନକଲେ ଆଗାମୀ ଦିନରେ ଏକ ବିରାଟ ଚାଷୀ ଆନ୍ଦୋଳନ ଗଢି ଉଠିବ ଓ ଏଥି ସକାଶେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂପୃକ୍ତ ଅଞ୍ଚଳର ଚାଷୀ ମାନେ ଚେତାବନୀ ଦେଇଛନ୍ତି। ଏ ନେଇ ବାଳକୃଷ୍ଣପୁର ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ସନାତନ ଗୈାଡଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ଗତ ୪ ମାସ ପୂର୍ବରୁ ଭାରପ୍ରାପ୍ତ ସମ୍ପାଦକ ଭାବରେ ଦାୟିତ୍ବ ନିର୍ବାହ କରୁଛି। ଅର୍ଥ ଜମି ଋଣ ଜାଲିଆତି କରି ଅର୍ଥ ତୋଷାରପାତ ବାବଦରେ କେହି ଲିଖିତ ଅଭିଯୋଗ କରିନାହାନ୍ତି। ଘଟଣା ସମ୍ପର୍କରେ ତତ୍କାଳୀନ ସମ୍ପାଦକ ଭୀମସେନ ରାଉତ ଅବଗତ ରହିଛନ୍ତି କିନ୍ତୁ ଶ୍ରୀ ରାଉତ ଅବସର ଗ୍ରହଣ ପରେ ଘଟଣା ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ଚର୍ଚ୍ଚା ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.