ଛତ୍ରପୁର : ଚଳିତ ବର୍ଷ ୧୫ ତମ ଜାତୀୟ ଭୋଟର ଦିବସ ଚଳିତ ମାସ ୨୫ ତାରିଖ ଦିନ ରାଜ୍ୟ,ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମହାସମାରୋହର ସହିତ ପାଳିତ ହେବ । ଏହି ଉତ୍ସବ ଜିଲ୍ଲା ସ୍ତରରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ‘ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ ‘ ବିଷୟବସ୍ତୁ ରଖାଯାଇଛି । ଉକ୍ତ ଦିନ ପ୍ରାତଃ ଘ. ୮.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରାଗଲା ଯେ ,ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେବେ। ଜିଲ୍ଲା ସ୍ତରରେ ବକ୍ତୃତା ,କୁଇଜ ଏବଂ ସ୍ଲୋଗାନ ପ୍ରତିଯୋଗିତା ଉପର ଲିଖିତ ବିଷୟବସ୍ତୁ ଉପରେ ଚଳିତ ମାସ 20 ତାରିଖ ରେ କରାଇବେ । ପ୍ରତ୍ୟେକ ସ୍ତରରୁ ସମୁଦାୟ 9 ଜଣ ବିଜେତାଙ୍କୁ ଉପଖଣ୍ଡ ସ୍ତରରୁ ପ୍ରେରଣ କରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ 25 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ମୁଖ୍ଯ ଉତ୍ସବ ଏବଂ ମଞ୍ଚ ପରିଚାଳନା କରିବେ ଏବଂ 18 ତାରିଖ ଦିନ ଜିଲ୍ଲା ସ୍ତରୀୟ ପୋଷ୍ଟର ତିଆରି ପ୍ରତିଯୋଗିତା କରାଇବେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ରଶିକ୍ଷା,ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୋଟର ପଞ୍ଜିକରଣ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିବେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରିଣ୍ଡ ମିଡିଆ ଓ ଇଲେକ୍ଟ୍ରୋନିକ୍ ମିଡିଆ ସମସ୍ତ କାର୍ଯ୍ୟକ୍ରମ ଯେପରି ପ୍ରଚାର ପ୍ରସାର କରିବେ ତାହାର ତଦାରଖ କରିବେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ 25 ତାରିଖ ଦିନ ଯେପରି ଶପଥ ନେବେ ତାହା ଆଞ୍ଚଳିକ ନିର୍ଦ୍ଦେଶକ ଶିକ୍ଷା ବିଭାଗ ବ୍ରହ୍ମପୁରଙ୍କୁ ଦାୟିତ୍ବ ଦିଆଗଲା । ପୂର୍ବାହ୍ନ 8ଘଟିକା ସମୟ.ରେ ଅନୁଷ୍ଠିତ ହେବାକୁ ଥିବା ସଚେତନତା ରାଲିରେ ଏନ୍.ଏସ୍.ଏସ୍/ନେହେରୁ ଯୁବକେନ୍ଦ୍ର/ୟୁଥ୍ ରେଡକ୍ରସ୍/ଏନ୍.ସି.ସି/ସ୍କାଉଟ୍ ଏବଂ ଗାଇଡ୍ ର 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଯେପରି ଯୋଗ ଦେଇପାରିବେ ତାହା ଜିଲ୍ଲା କ୍ରୀଡା ଅଧିକାରୀ ତଦାରଖ କରିବେ । 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଦେଶର ଯୋକୌଣସି ଗୋଟିଏ ସ୍ଥାନରେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକରଣ କରାଇ ପାରିବେ ତତ୍ ସହିତ ରଙ୍ଗୋଲୀ ପ୍ରତିଯୋଗିତା 20 ତାରଖ ଦିନ ଅନୁଷ୍ଠିତ କରାଇ ବିଜେତାଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବେ । ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ସଚେତନତା ରାଲି ଏବଂ 25 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ମୁଖ୍ଯ ଉତ୍ସବରେ ଅଙ୍ଗନଓ୍ବାଡି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯେପରି ଭାଗ ନେଇ ପାରିବେ ସେଥିପ୍ରତି ଧ୍ୟାନ ଦେବେ । ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ 25 ତାରିଖ ଦିନ 11 ଘଟିକା ସମୟରେ ଶପଥ ପାଠ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
ବୈଠକରେ ଡେପୁଟି କଲେକ୍ଟର ନିର୍ବାଚନ ରାଜେଶ କୁମାର ଇକ୍କା, ଜିଲ୍ଲା ସୂଚନା ଓ ଲୋକସ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସନାତନ ସାହୁ ଏବଂ ସହକାରୀ ଉପ ଜିଲ୍ଲାପାଳ ଛତ୍ରପୁର ପୁଷ୍ପାଞ୍ଜଳୀ କୃଷିକା ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.