ଦାରିଙ୍ଗବାଡ଼ି, ୧୮/୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତର ସାରାଗୁଡି ଛକ ଠାରୁ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଆଡିବଙ୍ଗା ଛକ ଯାଏଁ ଗ୍ରାମ୍ୟ ଉନ୍ନୟନ ବିଭାଜନ ରାସ୍ତାର ମରାମତି କରା ଯିବାକୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଉଭୟ ପଞ୍ଚାୟତ ବାସୀ ଆରଡ଼ି ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କ ସହିତ ନିର୍ବାହୀ ଯନ୍ତ୍ରୀଙ୍କୁ ବାହୁବାର ଅଭିଯୋଗ କରି ଆସୁଥିଲେ। ଏହି ଅଭିଯୋଗ ପ୍ରକାରେ ଆରଡ଼ି ବିଭାଗ ପକ୍ଷରୁ ଏକ ଠିକାଦାରକୁ ରାସ୍ତା ମରାମତିର ଠିକା ଦେଇଥିଲେ। ଠିକାଦାର ଜଣକ ଅତି ନିମ୍ନ ମାନରେ ମରାମତି କାମ ଆରମ୍ଭ କରିଥିଲେ। ହେଲେଏତେ ନିମ୍ନ ମାନର କାମ ପିଚୁ କାମ କରୁଥିଲେ ଯେ ଦୁଇତିନି ମଧ୍ୟରେ ପିଚୁ ଛାଡି ଚିପସ ସବୁ ଗୋଡ଼ ମାରିଲେ କିମ୍ବା ହାତରେ ସାଉଁଟିଲେ ଗୋଟେଇ ହୋଇଯାଉଥିବା ଅଭିଯୋଗ ହୋଇଛି। ଭଲ କାମ କରିବାକୁ ଅଞ୍ଚଳ ବାସୀ ଦାବି କରିବାରୁ ଠିକାଦାର କାମ ବନ୍ଦ କରି ପଳେଇ ଯାଇଥିବା ଗୁଡିକିଆ, ଲାଣ୍ଡାଗୁଡି ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସର୍ଵ ସାଧାରଣଙ୍କ ଗମନାଗମନ ସୁବିଧା କରିବାକୁ ଯାଇ ବହୁ ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ଠିକାଦାର ମାନଙ୍କ ଲାଭ ଖୋର ମନ ଭାବ ଓ ବିଭାଗୀୟ ଅଧିକାରୀଙ୍କ ଠିକାଦର ସହିତ ପ୍ରିୟା ପ୍ରିତୀ ତୋଷଣରୁ କମ ଦିନରେ ରାସ୍ତାର ପିଚୁ ଛାଡିଯାଇ ଚିପସ ଓ ମେଟାଲ ଉଠି ରାସ୍ତାରେ ଖାଲ ଖଣା ହେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତାରେ ନିମ୍ନ ମାନର କାମ କରା ଯାଉଥିବା ସମ୍ପର୍କରେ ଅଞ୍ଚଳ ବାସୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଅଭିଯୋଗ କରିବା ସହିତ ଭିଡିଓ କରି ପଠାଇଥିବା ଜଣା ପଡ଼ିଛି। ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ବିଭାଜନ ରାସ୍ତା ସବୁ ପ୍ରାୟ ରକ୍ଷଣାବେକ୍ଷଣ ଅଭାବରୁ ଖାଲ ଖଣା ହୋଇ ରହିଥିବା ସର୍ଵ ସାଧାରଣରେ ଚର୍ଚ୍ଚା ହେଉଥିବା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Prev Post