ମାଲକାନଗିରି ଆଇସିଏସଇ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ପାସହାର ଶତ ପ୍ରତିଶତ

ମାଲକାନଗିରି : ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବ କୁ ସମ୍ଭବ କରିହୁଏ ;ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ମାଲକାନଗିରି ଜିଲ୍ଲାର ଥିବା ଏକ ମାତ୍ର ଆଇ ସି ଏସ ଇ ଦୀପ୍ତି କନଭେଣ୍ଟ ବିଦ୍ୟାଳୟର ଛାତ୍ର ଛାତ୍ରୀ l ଗତ କାଲି ICSE ଆଇ ସି ଏସ ଇ ବୋର୍ଡ଼ର ଦଶମ ଶ୍ରେଣୀ ର ପାସ ହାର ହସ୍ତ ଗତ ହୋଇଛି l ଓଡ଼ିଶାର ୩୦ତମ ଜିଲ୍ଲା ତଥା ଓଡ଼ିଶାରେ କେବଳ ଆଦିବାସୀ ଏବଂ ନକ୍ସଲ ପ୍ରଭାବିତ ଅଂଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଦୀପ୍ତି କନଭେଣ୍ଟ ନାମକ ଏକ ମାତ୍ର ଆଇ ସି ଏସ ଇ ICSE ବିଦ୍ୟାଳୟ ରହିଛି ଏହି ବର୍ଷ ବିଦ୍ୟାଳୟରେ ଶତ ପ୍ରତିଶତ ପାସ ହାର ରହିଥିବା ସହ ଭଲ ମାର୍କ ରଖିଥିବା ଦେଖିବାକୁ ମିଳିଛି l ଏହି ବର୍ଷ ସର୍ବ ମୋଟ ୫୫ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଯେଉଁମାନେ ଭଲ ମାର୍କ ରଖି ପାସ କରିବା ସହ ବାପା ମା ତଥା ବିଦ୍ୟାଳୟର ନା ରଖିଛନ୍ତି l
କୃତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତମନା ରାଏ ଏବଂ ଅନୁସୟା ବେହେରା ଶତକଡା ୯୬. ୨% ରଖି ବିଦ୍ୟାଳୟରେ ଟପ କରିଥିବା ବେଳେ, ଚିତ୍ରାପ୍ରଜ୍ଞା ସାହୁ ଶତକଡା ୯୫.୫%, ପି. କିରଣ କୁମାର ୯୩% ମାର୍କ ରଖି ସୁନାମ ସୁନାମ ଅର୍ଜନ କାଟିଛନ୍ତି l
ସେହି ଭଳି ଶତକଡା ୯୦% ରୁ ଅଧିକ ୪ ଜଣ, ଶତକଡା ୮୦% ରୁ ଅଧିକା ୧୯ଜଣ, ଶତକଡା ୭୦% ରୁ ୧୩ ଜଣ,ଶତକଡା ୬୦% ରୁ ୭ ଜଣ,
ଶତକଡା ୫୦% ୮ଜଣ ଏବଂ ଶତକଡା ୪୦ % ରୁ ୪ ଜଣ ପାସ ହେଇ କୃତିତ୍ବ ଅର୍ଜନ କରିଛନ୍ତି l
ପ୍ରଧାନ ଅଧ୍ୟାପିକା ସିଷ୍ଟର ଗ୍ରେସ ଏବଂ ଶିକ୍ଷକ ମାନଙ୍କ ଆପ୍ରାଣ ଚେଷ୍ଟା, ସହଯୋଗ ଏବଂ ଛାତ୍ର ଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ମାଲକାନଗିରି ଜିଲ୍ଲା ପାଇଁ ଏକା ଗୌରବ ର ବାର୍ତା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.