ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ ନ ଥିବାରୁ ଆଜି ନିଜ ବିବେକ ହିସାବରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ । ଆଉ ଏହି କଥାକୁ ମୋକିମ ନିଜେ ସ୍ୱୀକାର କରିଥିବାବେଳେ ଏହାକୁ ନେଇ ଓଡିଶା କଂଗ୍ରେସରେ ଭୂକମ୍ପ ସୃଷ୍ଟି ହୋଇଛି ଜ୍ଝ ଦଳୀୟ ନିର୍ଦ୍ଦେଶ ନ ମାନି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ ମୋକିମଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହେଉଥିବା ବେଳେ ଅନ୍ୟପଟେ ମୋକିମଙ୍କ ଏହି ପଦକ୍ଷେପ ପରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ୱିଟ କରି ଲେଖିଛନ୍ତି ଯେ ରାଜନୈତିକ ମତପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତି ସହ ସାରା ଦେଶର ଅନେକ ରାଜନୈତିକ ଦଳ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ ।
ଆଜି ଓଡ଼ିଶା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ତାଙ୍କ ନିଷ୍ପତ୍ତିକୁ ମୁଁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଉଛି ।