ହିଞ୍ଜିଳିରେ ପୁଣି ଚୋରି

ହିଞ୍ଜିଳିକାଟୁ (୧୮।୭) : ହିଞ୍ଜିଳିକାଟୁ ଅଞ୍ଚଳରେ ଚୋର ସକ୍ରିୟ ହୋଇଥିବା ଜଣାପଡିଛି । ପ୍ରତ୍ୟହ ଦୁଇଦୁଇ ମାସକୁ ଥରେ ଆଖ ପାଖ ଅଞ୍ଚଳ ସହ ମ୍ୟୁନିସିପାଲିଟି ଅଞ୍ଚଳରେ ସିରିଜ ଚୋରି ଘଟଣା ଦେଖିବାକୁ ମିଳିଛି । ଗତ ମାସ ୨୯ ରିଖ ଵୁଧବାର ରାତ୍ର ଜାତୀୟରାଜପଥ ୫୯ କଡ କଲ୍ୟାଣ ମଣ୍ଡପ ସାମ୍ନାରୁ ପ୍ରଦୀପ କୁମାର ପଣ୍ଡା ଙ୍କ ଘର ଆଗରୁ ଗୋଟିଏ ହୋଣ୍ଡା ଏକ୍ଟିଭା ଗାଡିଚୋରୀ ହୋଇ ଥିବା ନେଇ ଅଭିଯୋଗ ହୋଇଛି।

ସେହିପରି ଗତମାସ ୩୦ ରିଖ ରାଳବ ଗ୍ରାମର ମେଘ ପାଣ୍ଡି ଙ୍କ ଘରୁ ବାରିପଟ କବାଟ ଭାଙ୍ଗି ନଗଦ ଟଙ୍କା ସହ 9 ତୋଳା ସୁନା ଅଳଙ୍କାର ଚୋରି ଅଭିଯୋଗ ହୋଇଥିଲା। ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡ ଙ୍କ ଘରୁ ଗତମାସ ୨୨ ରିଖରେ ବାରିକବାଟ ଭାଙ୍ଗି୨୦ ତୋଳା ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। କବାଟ ଭଙ୍ଗାଯାଇଥିବା ଘଟଣା ମନରୁ ନ ଲିଭୁଣୁୁ ରବିବାର ରାତ୍ର ହିଞ୍ଜିଳିଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଗୋଟିଏ ଡ୍ରେସ ଦୋକାନ ରୁ ଚୋରି ହୋଇଥିବା ଜଣାପଡିଛି । ଏନ ହେଚ ୫୯ ନିର୍ମାଣଧିନ ମାର୍କେଟ କମ୍ପ୍ଲେକ୍ସ ନିକଟ ଗୋଟିଏ ଡ୍ରେସ ଦୋକାନ ରୁଦୁବୁର୍ତମାନେ ଦୋକାନ ଟିଣ ଛପର କାଟିଅନୁମାନିକ ପ୍ରାୟ ୧୭ ହଜାର ଟଙ୍କା,ଦୁଇଟି ମୋବାଇଲ ଫୋନ ଓ ଜିନିଷ ଚୋରି କରିଥିବା ଅଭିଯୋଗ ହୋଇଛି । ପ୍ରକାଶଥାଉକି ହିଞ୍ଜିଳିକାଟୁ ବଜାର ସଂଙ୍କରାନ୍ତି ରବିବାର ଦୋକାନ ବଜାର ବନ୍ଦ ରହିଥିଲା। ରାତ୍ରିରେ ଡ୍ରେସ ଦୋକାନ ମାଲିକ ଯୋଗେନ୍ଦ୍ର ପାଣିଗ୍ରାହୀ ରାତ୍ର 9 ଘଣ୍ଟ ସମୟରେ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପ୍ରତିଦିନ ପରି ସୋମବାର ଦିନ ସକାଳୁ ନିଜ ଦୋକାନ ଖୋଲିବାପରେ ଦୋକାନ ଭିତରେ ଡ୍ର ଓ ଜିନିଷ ପତ୍ର ଏଣେ ତେଣେ ପଡିଥିବା ବେଳେ ପଇସା ପେଢି ଭଙ୍ଗାଯାଇ ପଡିଥିଲା । ସବୁଦିନ ପଇସା ପେଢି ରେ ଦଶହଜାର ଟଙ୍କା ରଖୁଥିଲେ ରଵିବାର ନିଜର ବେପାର ପଇସା ନଗଣି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ନିଜ ଦୋକନରୁ ଆନୁମାନିକ ୧୭ ହଜାର ଟଙ୍କା ଓ ସେଲ୍ସମ୍ୟାନ ର ୮ ହଜାର ଟଙ୍କା ଅନ୍ୟ ଏକ ଡ୍ରରେ ଥିବା ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ସକାଳୁ ଘଟଣା ସ୍ଥଳରେ ପହଚିଁ ଘଟଣାର ଅନୁଧ୍ୟାନ କରିଛି ।

ଚୋରି ଘଟଣା ନେଇ ଡ୍ରେସ ଦୋକାନ ମାଲିକ ଏକ ଲିଖିତ ଅଭିଯୋଗ କରିଛନ୍ତି । ।ଅନ୍ୟପକ୍ଷରେ ଏନ ହେଚ କଡରେ ରେ ଗତ ରାତ୍ରରେ ଥାନା ଠାରୁ ମାତ୍ର ୫୦ ମିଟର ବ୍ୟବଧାନରେ ବଜାର ଊପରେ ଚୋରି ହେଊଥିବା ପୋଲିସ ଉପରେ ଲୋକଙ୍କ ଆସ୍ଥା କମିବାରେ ଲାଗିଛି । ରାତ୍ରରେ ହୋମଗାର୍ଡ ମାନେ ଠିକ ରୁପେ କାର୍ଯ୍ୟ ନ କରି ଶୋଇପଡୁଥିବା ଯୋଗୁଁ ରାଜ ରାସ୍ତା ଊପରେ ଚୋରି ହେଊଥିବା ଅଭିଯୋଗ ହୋଇଛି । ଚୋରି ହୋଇଥିବା ଵ୍ୟବସାୟୀ ପ୍ରତିଷ୍ଠାନ ପଛ ପଟେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ କୁ ଲାଗି ୨ଟି ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩ ବର୍ଷ ପୂର୍ବରୁ ଟେଣ୍ଡର ହୋଇଥିଲା। ବ୍ରହ୍ମପୁରର ସାରିକା ସିଭିକନ ପ୍ରାଇଭେଟ ଲିମିଟେଡ଼ ଠିକା କାର୍ଯ୍ୟ ସମ୍ପାଦନ ନିମନ୍ତେ ଯୋଗ୍ୟ ହେବା ପରେ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରିଥିଲା। ୨୦୨୦ -୨୧ରେ କାର୍ଯ୍ୟ ସମ୍ପନ୍ନ ହେବା ଯୋଜନା ରହିଥିଲା । ଏଥି ନିମନ୍ତେ ଜବରଦଖଲ କରି ବ୍ୟବସାୟ କରୁଥିବା ପରିବା ବେପାରୀ ଓ ଅନ୍ୟ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିଦୀର୍ଘ ଦିନ ଧରି କାର୍ଯ୍ୟ ବନ୍ଦ କଲା ଠିକା କମ୍ପାନୀ। କାର୍ଯ୍ୟ ବନ୍ଦ ହେତୁ ବ୍ୟବସାୟୀ ଓ ଜନସାଧାରଣ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ଅସନ୍ତୋଷ ବୃଦ୍ଧି ପାଇଛି। ।ଉକ୍ତ କୋଠା ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ।ପାଖରେ ଦେଶି ମଦ ଦୋକାନ ଥିବାରୁ ମାର୍କେଟ କମ୍ପ୍ଳେକ୍ସ କୋଠା ସେମାନଙ୍କ ଆଶ୍ରୟସ୍ଥଳ ପାଲଟିଛି ଦକ୍ଷିଣ ବ୍ଳକର କାମ ସରି ନଥିବା ବେଳେ ଠିକା ସଂସ୍ଥା ଉତ୍ତର ବ୍ଲକର ସ୍ଥାନରେ ପ୍ରାୟ ୧୦ ଫୁଟ ଗଭୀର ମାଟି ଖୋଳି କୃତ୍ରିମ ପୋଖରୀ ଭଳି ସୃଷ୍ଟି କରିଛି। ଫଳରେ ବ୍ୟବସାୟୀ ଓ ଜନ ସାଧାରଣଙ୍କ ନାହିଁ ନ ଥିବା ସମସ୍ୟା ହେଉଛି। ପରିବା ବଜାର ରେ ବେପାରୀ ଓ ଚାଷୀ ଙ୍କ ଅବସ୍ଥା ଦୟନୀୟ ହେଉଛି। ସେଠାରେ ଟ୍ରାଫିକ ଜାମ ସାଧାରଣ ଘଟଣା ହୋଇଛି। ବର୍ଷା ପାଣି ଆବର୍ଜନା ଖୋଲା ଯାଇଥିବା ଖାଲରେ ଜମାରହି ପରିବେଶ ଦୁର୍ଗନ୍ଧ ହେଉଛି। ଫଳରେ ଅସନ୍ତୋଷ ସୃଷ୍ଟି ହେଉଛି।ଏହା ସତ୍ବେ ବିଭାଗ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଗଲା ନାହିଁ କି ଠିକା କମ୍ପାନୀ କୁ ବୁଝାଇ କାର୍ଯ୍ୟ ଆଗକୁ ନେଲେ ନାହିଁ। ଆଗକୁ ବର୍ଷାଦିନ ଆସୁଥିବାରୁ ଧାର୍ଯ୍ୟ ସମୟ ଭିତରେ କାମ ସରିବା ନେଇ ସନ୍ଦେହ ସୃଷ୍ଟି କରିଛି । ମାର୍କେଟ କମ୍ପ୍ଳେକ୍ କାମ ବନ୍ଦ ଯୋଗୁଂ ଚୋର ଓ ଅସାମାଜିକ କାର୍ଯ୍ୟକଳାପ ବଢୁଛି ବୋଲି ହିଞ୍ଜିଳିକାଟୁ ବିକାଶମଚଁ ସଭାପତି ପ୍ରମୋଦ କୁମାର ପଣ୍ଡା ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.