ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର: ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ । ସତ ସାମ୍ନାକୁ ଆସିବ । ଜାଣିଶୁଣି ତାଙ୍କୁ ବଦନାମ କରିବାକୁ ଏଭଳି ଷଡଯନ୍ତ୍ର କରାଯାଉଥିବା ସେ କହିଛନ୍ତି ।

ସେହିପରି ଏଯାଏଁ ତାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ନୋଟିସ ଆସିନାହିଁ । ଯେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ବିଧାୟକ ।

ତେବେ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ସେକ୍ସ ରାକେଟର ଅଭିଯୋଗ ଆଣିଥିଲେ । ତେବ ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖିଛନ୍ତି । ତେବେ ଅଭିଯୋଗ ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ ତାରିଖରେ ଜଗସତିଂହପୁର ଏସପି ଚିଠି ଲେଖିଥିଲେ ।

nis-ad
Leave A Reply

Your email address will not be published.