ରାଇଘର ବ୍ଲକ ଦୁର୍ନୀତି ଚରମ ସୀମାରେ : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ଉମରକୋଟ (୧୮/୦୭) : ରାଇଘର ବ୍ଲକର ଦୁର୍ନୀତିର କଥା କହିଲେ ନ ସରେ | ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମଧ୍ୟ ପ୍ରଶାସନର ରାଇଘର ବ୍ଲକ ପ୍ରତି ଦୃଷ୍ଟି ପଡ଼ୁ ନାହିଁ | ରାଇଘର ବ୍ଲକରେ ପୋଖରୀ ଖନନ କାମରେ ଠିକାଦାର, ଜି ଆର ଏସ ଓ ଓଭରସିଓର ବିଲ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିବାର ଅଭିଯୋଗ ହାଇଛି | ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଜଳଙ୍ଗପାରା ପଞ୍ଚାୟତ ନିରାଡିହି ଗ୍ରାମରେ ଏହି ପରି ଏକ ପୋଖରୀ ଖନନ କାମ ଦେଖିବାକୁ ମିଳିଲା | ପୋଖରୀକୁ ରାତାରାତି ଜେସିବି ଲଗାଇ କାମ କରାଗଲା | ଗ୍ରାମବାସୀ ପ୍ରତିବାଦ କରିବାରୁ ସେମାନଙ୍କ କଥା କେହି କର୍ଣ୍ଣପାତ କଲେ ନାହିଁ | ନିରାଡିହି ପୋଖରୀର ଗୋଟିଏ ପାର୍ଶରେ ଧାନ ଜମିର ମୋଟା ହିଡ଼ ଅଛି ଅନ୍ୟ ତିନି ପାର୍ଶରେ ଅଳ୍ପ ମାଟି ପକାଇ ପୋଖରୀ ସଦୃଶ୍ୟ କରି କାମ ସମାପ୍ତ କରାଯାଇଛି | ଫଳକନାମା ନାହିଁ | ଜି ଆରଏସ ଲିନା ମାଡାମଙ୍କ ଫୋନରେ ଯୋଗାଯୋଗ କରିବାରୁ ସେ କହିଲେ ମତେ କାମର ଫୋଟୋ ପଠାଓ ମୋର ଜାଣିବା ଉପରେ ଏମିତି କାମ ହେଇ ନାହିଁ, | ଫୋଟୋ ପଠାଇବା ପରେ ଜି ଆର ଏସ ଚୁପ ରହିଲେ | ଆଉ କିଛି ସନ୍ତୋଷଜନକ ଉତ୍ତର ଦେଲେ ନାହିଁ | ନିରାଡିହି ଗ୍ରାମର ରାମପ୍ରସାଦ ପରଗୋନିୟା, ଭସମନ ଗଣ୍ଡ, (ପୂର୍ବତନ ମେମ୍ବର ) ରାଜେଶ ଗଣ୍ଡ, ଛବି ଗଣ୍ଡ ଓ ବିଧାରାମ ପଟାରି ଓ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି |

nis-ad
Leave A Reply

Your email address will not be published.