ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ, ମୋଟ ୫ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଦିନ ୧୧ଟାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ସୁଇଚ୍ ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ​‌ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ସାଇରନ ବାଜିବା ଆରମ୍ଭ ପରେ ଗେଟ୍ ଖୋଲାଯାଇଥିଲା।ପର୍ୟ୍ୟାୟ କ୍ରମେ ଆଉ ୪ଟି ​‌ଗେଟ୍ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୩.୧୫ଫୁଟ ରହିଛି। ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦର ତଳମୁଣ୍ଡରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଏସ୍‌ପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଗଲେ ମହାନଦୀ ଓ ତାର ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବ ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି ।

nis-ad
Leave A Reply

Your email address will not be published.