ଶ୍ରାବଣ ପ୍ରଥମ ସୋମବାର ରେ ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ବର: ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର । ଏକାମ୍ର କ୍ଷେତ୍ର କମ୍ପିଲା ବୋଲ ବମ୍ ହର ହର ବମ୍ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଶହ ଶହ କାଉଡ଼ିଆ । ମହାଦେବ ଙ୍କୁ ଜଳାଭିଷେକ ଲାଗି କଲେ କାଉଡ଼ିଆ । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗ ରେ ପାଣି ଢାଳିବାର ସୁଯୋଗ ପାଇଲେ ।

ଆଜି ଯଦିଓ ଟିକେ ଭିଡ଼ କମ୍ ଥିଲା ତଥାପି ଅନେକ କାଉଡ଼ିଆ ବିନ୍ଦୁ ସାଗର ରୁ ପାଣି ଉଠାଇ ଲିଙ୍ଗରାଜ ଙ୍କ ମଥାରେ ଜଳ ଢାଳିଛନ୍ତି । ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ । ସେଥିଲାଗି ଲିଙ୍ଗରାଜ ମନ୍ଦିର ରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯାଇଥିଲା। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଜଳାଭିଷେକ ପାଇଁ ବ୍ୟାରିକେଡ୍‌ ର ବ୍ୟବସ୍ତା କରାଯାଇଥିଲା ।

nis-ad
Leave A Reply

Your email address will not be published.