ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ।

ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।

nis-ad
Leave A Reply

Your email address will not be published.