ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର : ଆଜି ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l କୋଭିଡ ନିରାକରଣ ପାଇଁ ଇମ୍ୟୁନିଟି ବଢାଇବା, ସାମାଜିକ ଦୂରତା,ମୁଖା ପରିଧାନ, ହସ୍ତ ପାଦ ପ୍ରକ୍ଷାଳନ,ପ୍ୟାକେଟରେ କର୍ପୁର ଧରିବା, ଖଟା ମିଠା ପରିହାର ପାଇଁ ପରାମର୍ଶ ଦିଆଯାଇଥିଲା l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତି ଲାଲ ନରସି ଚୌହାନ l ଶିବିର ପରିଚାଳନାରେ ସହଯୋଗ କରିଥିିଲେ ଗୌରୀ ପ୍ରସାଦ ପରିଛା,ଭଗବାନ ପରିଛା,ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ୟା l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.