କ୍ଲିନିକର କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର

ବ୍ରହ୍ମପୁର : ଅଶୋକ ନଗରରେ ଥିବା ଏକ କ୍ଲିନିକର ଜଣେ କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଏ ନେଇ କ୍ଲିନିକର ମାଲିକ ଡା. ସୁଶାନ୍ତ ପାଣିଗ୍ରାହୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି l ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ସୂଚନାପ୍ରକାରେ, ଆଜକୁ ୧୨ ବର୍ଷ ହେବ କ୍ଲିନିକରେ କାମ କରୁଥିବା ଏହି ଫେରାର କର୍ମଚାରୀ କୃଷ୍ଣ ପାଣିଗ୍ରାହୀ ସମସ୍ତ ଟଙ୍କା ନେଣଦେଣ ତଦାରଖ କରୁଥିଲେ l ୭ ଦିନ ତଳେ ସେ କିଛି ଔଷଧ ଦୋକାନୀଙ୍କ ବକେୟା ଟଙ୍କା ଦେବେ ବୋଲି କହି କ୍ଲିନିକରୁ ୧୦ ଲକ୍ଷ ଟଙ୍କା ନେଇ ବାହାରିଥିଲେ ହେଲେ ସେ ଆଉ କ୍ଲିନିକକୁ ଫେରିନଥିଲେ l କ୍ଲିନିକ ମାଲିକ ଡ଼କ୍ଟର ସୁଶାନ୍ତ ପାଣିଗ୍ରାହୀ ତାଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଏହି ଘଟଣା କୁ ଥାନା ଅଧିକାରୀ ଗୁରୁତର ଭାବେ ନେଇ ଖୋଳତାଡ଼ ଆରମ୍ଭ କରି ଜାଣିପାରିଥିଲେ ଯେ କୃଷ୍ଣ ଟଙ୍କା ଧରି ବ୍ରହ୍ମପୁରରୁ ମୁମ୍ବାଇ ଚାଲି ଯାଇଥିଲା l କୃଷ୍ଣ ର ମୋବାଇଲ ନମ୍ବର କୁ ବାର ବାର ଟ୍ରାକ କରିବା ଦ୍ୱରା ସେ ଭୁବନେଶ୍ୱର ରେ ଥିବା କଥା ଜାଣି ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କ ଦ୍ଵାରା ଏକ ସ୍ୱତନ୍ତ୍ରୋ ଏକ ଟିମ ଗତ କାଲି ଭୁବନେଶ୍ୱର ବାହାରି କୃଷ୍ଣ କୁ କାବୁ କରିବାରେ ସଫଳ ହେଇଥିବା ଜଣାପଡିଛି l ଏହି ଟିମ ରେ ନାରାୟଣ ମହାପାତ୍ର , ଅନିଲ ସାହୁ, ଏସ ଆଇ ପ୍ରଧାନ ଭୂମିକା ଗ୍ରହଣ କରିଥିଲେ l ଅଭିଯୁକ୍ତ କୁ ଭୁବନେଶ୍ୱର ରୁ ଥାନା କୁ ଆଣି ପଚାର ଉଚରା କରିବା ବେଳେ ସେ 10ଲକ୍ଷ ଟଙ୍କା ନେଇ ପଳେଇଥିବା କଥା ବାହାର କୁ ଆସିଛି ଏବଂ ଉକ୍ତ ଟଙ୍କା ରୁ 4 ଲକ୍ଷ ଟଙ୍କା କିଛି ଔଷଧ ଦୋକାନୀ କୁ ଦେଇଥିବା ବେଳେ ଆଉ 6ଲକ୍ଷ ଟଙ୍କା ଆଇ ପି ଲ ବେଟିଙ୍ଗ ଖେଳ ରେ ଖେଳି ହାରିଯାଇଥିବା ଥାନା ରେ ନିଜେ କହିଛି l

nis-ad
Leave A Reply

Your email address will not be published.