ଅଣଓଡିଆଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇ ବିଦା ହେଲେ ଉତ୍କଳ ହସ୍ପିଟାଲ ସିଇଓ

ଭୁବନେଶ୍ୱର: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ। ଡାକ୍ତର ଆଲୋକ ଲୋଧଙ୍କୁ ଉତ୍କଳ ହସ୍ପିଟାଲର କର୍ତ୍ତୃପକ୍ଷ ନିଲମ୍ବନ କରିଥିବା ଖବର ମିଳିଛି । ସୂଚନା ମୁତାବକ ଡାକ୍ତର ଆଲୋକ ପୂର୍ବରୁ ଓପିଡି ମ୍ୟାନେଜର ନିଯୁକ୍ତିକୁ ନେଇ ବିବାଦରେ ରହିଥିଲେ । ଓପିଡି ମ୍ୟାନେଜ ପାଇଁ କେବଳ ଅଣ ଓଡ଼ିଆ ପ୍ରାର୍ଥୀଙ୍କ ନିକଟରୁ ଆବେଦନ ପତ୍ର ମଗାଯାଉଥିଲା ।

ଯାହାକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା । ପରେ ପରେ ସିଇଓ ଡାକ୍ତର ଆଲୋକ ଲୋଧ କ୍ଷମା ମାଗିବା ସହ ନିଯୁକ୍ତି ବିଜ୍ଞାପନକୁ ହଟାଇଥିଲେ ।

nis-ad
Leave A Reply

Your email address will not be published.