ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ

ଋାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି ବସା ଚିହ୍ନଟ କରାଯାଇଛି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଜଣାପଡ଼ିଛି । କନିକା ରେଂଜ୍‌ରେ ୧୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଂଜ୍‌ରେ ୯ଟି, ଗହୀରମଥା ରେଂଜ୍‌ରେ ୨ଟି ଓ ମହାକାଳପଡ଼ା ରେଂଜ୍‌ରେ ଗୋଟିଏ ବସା ଚିହ୍ନଟ ହୋଇଛି।

ଜୁଆର ପାଣି ମାଡ଼ି ଯାଇଥିବା ଥାନପତି ନିକଟସ୍ଥ ଏକ କୁମ୍ଭୀର ବସାରେ ଥିବା ୫୮ଟି ଅଣ୍ଡା ଆଣି ସେଥିରୁ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ସୂଚନାଯୋଗ୍ୟ, ପ୍ରତିବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ଯାଏ ୩ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ । ତେଣୁ ୩ମାସ ଧରି ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

nis-ad
Leave A Reply

Your email address will not be published.