ରୁଚିକାଙ୍କୁ ନ୍ୟାୟ ଦାବୀରେ ଡିଜି ଅଫିସ ଆଗରେ ଧାରଣା

କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ୧୬ ଦିନ ପରେ ବି ପୋଲିସ ହାତ ଖାଲି । ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ପରଦା ଉଠାଇ ପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଆଜି ଡିଜି ଅଫିସ ଆଗରେ ଦିନିକିଆ ‘ଉପବାସ’ ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ସେହିପରି ଝିଅକୁ ନ୍ୟାୟ ଦେବା ଦାବୀରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ମାଆ ।

ରୁଚିକାଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ଏଯାବତ ପୋଲିସ ମୃତ୍ୟୁର ରହସ୍ୟ ଖୋଲିପାରୁନାହିଁ । ତେଣୁ ପୋଲିସର ତଦନ୍ତ ଉପରେ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରଶ୍ନ ଉଠାଇଛି । ପୋଲିସ ରାଗିଂ ହୋଇନଥିବା କଥା କହୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ କଣ ତାହାର ଖୁଲାସା କାହିଁକି କରୁନାହିଁ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି । ରୁଚିକାକୁ ନ୍ୟାୟ ମିଳିବା ସହ କାର୍ଯ୍ୟରେ ଅବହେଳା କରିଥିବା କଲେଜର ଅଧ୍ୟକ୍ଷ, ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଓ ୱାର୍ଡେନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସଙ୍ଗଠନ ଦାବୀ କରିଛି ।

ରୁଚିକାଙ୍କୁ ନ୍ୟାୟ ଦାବୀ ନେଇ ଆସନ୍ତା ଜୁଲାଇ ୧୯ ତାରିଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି ।

nis-ad
Leave A Reply

Your email address will not be published.