ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର (୧୭/୦୭) : ଆଜି ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ CYSD ମହାନଦୀ ହଲରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ଉପଦେଷ୍ଟା ଦେବଦାସ ମହାନ୍ତି ସଭାପତିତ୍ତ୍ଵ କରିଥିଲେ। ବୈଠକର ଉଦ୍ଦେଶ୍ୟ ଥିଲା ରାଜ୍ୟର ସମସ୍ତ ସାମାଜିକ କର୍ମୀ ମାନଙ୍କର ସମ୍ମାନ ଓ ସମୃଦ୍ଧି କିପରି ବଳବତ୍ତର ହେଇପାରିବ । ରାଜ୍ୟ ସମାଜସେବୀ ମହାସଂଘର ସଭାପତି ନରୋତ୍ତମ ଦାସ ରାଜ୍ୟରେ କିଭଳି ସବୁ ସ୍ତରରେ ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ପାରିବେ ସେ ସମ୍ପର୍କରେ ଆଲୋଚନା ରଖିଥିଲେ । ମହାସଂଘର ମହା ସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ମହାସଂଘର ଗଠନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୁଡ଼ିକୁ ଆଲୋକପାତ କରିଥିଲେ । ସମ୍ପାଦକ ନାରାୟଣ ସାହୁ ସମସ୍ତ ଜିଲ୍ଲାର ସାମାଜିକ ସଂଗଠନ ଗୁଡ଼ିକୁ କିପରି ପଞ୍ଜୀକୃତ କରାଯିବ ତଥା ସାମାଜିକ କର୍ମୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କର ଦୃଷ୍ଟି ଗୋଚରକୁ ଆଣିବାକୁ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ରାଜ୍ଯ ସମାଜସେବୀ ମହାସଂଘର କାର୍ଯ୍ୟକାରୀ ବୃନ୍ଦ ମଧ୍ୟ ଏଵଂ ଉପଦେଷ୍ଟା ରହି କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.