ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ।ଏହି ପ୍ରକ୍ରିୟା ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଛାତ୍ରଛାତ୍ରୀମାନେ ଯୁକ୍ତ ୨ ନାମଲେଖା ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ।

ସେହିପରି ସିଟରେ କୌଣସି ସମସ୍ୟା ହେବ ନାହିଁ ବୋଲି ଏବଂ ସମସ୍ୟା ଉପୁଜିଲେ ଆବଶ୍ୟକସ୍ଥଳେ ସିଟ୍ ସଂଖ୍ୟା ବଢ଼ାଯିବ ବୋଲି ମଧ୍ୟ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ଅନ୍ୟ ପକ୍ଷେ ବର୍ତ୍ତମାନ ସୁଦ୍ଧା ଆଇସିଏସଇ ଓ ସିବିଏସଇର ଦଶମ ଶ୍ରେଣୀର ପରୀକ୍ଷାଫଳ ଏଯାଏ ବାହାରିନି।

nis-ad
Leave A Reply

Your email address will not be published.