ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକମାନଙ୍କୁ ତାଲିମ୍‌

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାନସଭାରେ ବିଜେଡି ବିଧାୟକମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । କିଭଳି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ, ନାକଚ ହେବ ନାହିଁ । ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଏହି ତାଲିମ ଦିଆଯାଉଛି ।

ବିଶେଷ କରି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ବିଧାୟକମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ସେଥିପାଇଁ ପ୍ରୟାସ ମଧ୍ୟ କରିଛି ବିଜେଡି ।

nis-ad
Leave A Reply

Your email address will not be published.